ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ପ୍ରସ୍ତୁତି ଦେଖି ବିମାନ ସେବା ରଦ୍ଦ କଲା ପାକିସ୍ତାନ।

ପୁଲୱାମା ଆତଙ୍କବାଦ ଆକ୍ରମଣ ପରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ସୀମା ପଟରୁ ଲଗାତାର ଗୁଳି ଚାଳନା କରାଯାଇଥିଲା। ଏଥିରେ ୨ ଆତଙ୍କବାଦ ନିହତ ହୋଇଥିଲେ। ହେଲେ ପାକିସ୍ତାନ ବାୟୁସେନା ଭାରତର ବାୟୁସେନା ଉଲଘଂନ କରିଥିଲା। ପାକିସ୍ତାନର ଏଫ୍‌ ୧୬ ବିମାନକୁ ଭାରତ ଖସାଇଛି। ଏନେଇ ସୀମାରେ ଏବଂ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଲେହ, ଜମ୍ମୁ. ଶ୍ରୀନଗର, ପଠାନକୋଟ ବିମାନମନ୍ଦରରେ ହାଇଆଲର୍ଟ ଜାରି କରାଯାଇଛି। ଏମିତିକି ଯାତ୍ରୀବାହୀ ବିମାନ ଚଳାଚଳ ରଦ୍ଦ କରାଯାଇଛି। ଏଏଆଇ ସୂଚନାନୁଯାୟୀ ଜମ୍ମୁ-କଶ୍ମୀର ସମେତ ପଞ୍ଜାବ ଏୟାରପୋର୍ଟକୁ ମଧ୍ୟ ବନ୍ଦ କରି ଦିଆଯାଇଛି।

ଅନ୍ୟପଟେ, ପାକିସ୍ତାନ ମଧ୍ୟ ଲାହୋର, ମୁଲତାନ୍ ଏବଂ ଇସ୍‌ଲାମାବାଦ୍‌ ଏୟାରପୋର୍ଟ କୁ ବନ୍ଦ କରାଯାଇଛି। ଭାରତୀୟ ବାୟୁସେନାର ଗତିବିଧି କାରଣରୁ ଶ୍ରୀନଗର ଏୟାରପୋର୍ଟରୁ ଉଡାଣ ବନ୍ଦ କରିଛନ୍ତି। ସ୍ଥାନୀୟ ଅଧିକାରୀଙ୍କ ଅନୁସାରେ, ସାଧାରଣ ନାଗରିକଙ୍କ ପାଇଁ କିଛଇ ଘଣ୍ଟା ପାଇଁ ଉଡ଼ାଣ ବନ୍ଦ କରାଯାଇଛି।

Comment