ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ବାୟୁସେନାର ସର୍ଜିକାଲ ଷ୍ଟ୍ରାଇକ ପରେ ଏଲଓସିରେ ଅଶାନ୍ତି ଲାଗି ରହିଛି। ସୀମାରେ ଉଭୟ ଭାରତ ଏବଂ ପାକିସ୍ତାନ ଯବାନ ମୁହାଁମୁହିଁ ହୋଇଛନ୍ତି। ପାକିସ୍ତାନ ସୀମାରୁ ଭାରତ ସୀମାକୁ ଗୁଳିର ସୁଅ ଛୁଟିଛି। ପାକିସ୍ତାନ ସେନା ପୁଣି ଥରେ ନିଜ ସୀମା ଉଲଘଂନ କରିଛି। ଏଥର ପାକିସ୍ତାନ ସେନା ବୁଧବାର ସକାଳେ ଉରୀ ସେକ୍ଟର ସୀମା ଉଲଘଂନ କରିଛି। ଆଜି ସାକଳୁ ଫାୟାରିଙ୍ଗ କରି ଚାଲିଛି।

ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀର ଶୋପିଆଁରେ ସେନାଙ୍କ ଗୁଳି ବିନିମୟରେ ଜୈଶ-ଏ-ମହମ୍ମଦର ଆଉ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏନ୍‌କାଉଣ୍ଟରକୁ ଦୃଷ୍ଟିରେ ରଖି ସେହି ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି। ସୂଚନା ଅନୁଯାୟୀ ବର୍ତ୍ତମାନ ଗୁଳି ଚାଳନା ବନ୍ଦ କରାଯାଇଛି ଏବଂ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରି ଦିଆଯାଇଛି।

ଜମ୍ମୁ-କଶ୍ମୀରର ଶୋପିଆଁର ମାମନ୍ଦରରେ ଆତଙ୍କବାଦୀଙ୍କ ସହ ସିଆରପିଏଫ, ସେନା ଏବଂ ରାଜ୍ୟ ପୋଲିସ ଆଜି ସକାଳ ୪.୨୦ରେ ଏନ୍‌କାଉଣ୍ଟର ଆରମ୍ଭ କରିଥିଲେ।

ସୀମାନ୍ତଠାରୁ ୫ କିଲୋମିଟର ଦୂର ଭିତରେ ଥିବା ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଏହାସହ ଆସନ୍ତାକାଲି ହେବାକୁ ଥିବା ପରୀକ୍ଷାକୁ ବାତିଲ କରାଯାଇଛି।

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଥିଲା। ଆଜି ଭୋର୍‌ରୁ ଭାରତୀୟ ବାୟୁସେନା ପାକିସ୍ତାନ ମାଟିରେ ସର୍ଜିକାଲ ଷ୍ଟ୍ରାଇକ କରିଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏଥିରେ ପ୍ରାୟ ୩୦୦ ଆତଙ୍କବାଦୀ ନିହତ ହୋଇଥିବା ଆଶଙ୍କା କରାଯାଉଛି।

Comment