ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ-କଶ୍ମୀରର ବଡ଼ଗାମରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜମ୍ମୁ-କଶ୍ମୀରର ବଡ଼ଗାମଠାରୁ ସାତ କିଲୋମିଟର ଦୂରରେ ଗାରେଦ ଗାଓଁରେ ଆଇଏଏଫ୍‌ ମିଗ୍‌ ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ତଳକୁ ଖସି ପଡ଼ିବା ସହ ସେଥିରେ ନିଆଁ ମଧ୍ୟ ଲାଗିଯାଇଛି। ବିମାନ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ। ଏହି ଦୁର୍ଘଟଣାରେ ୨ ଜଣ ପାଇଲଟ୍‌ଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି।

ଉକ୍ତ ବିମାନଟି ଶ୍ରୀନଗର ଏୟାରବେସ୍‌ରୁ ଉଡ଼ାଣ ଆରମ୍ଭ କରିଥିଲା।

ତେବେ ଗତ ୨୦ ଦିନ ମଧ୍ୟରେ ଭାରତର ୫ଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।

Comment