ଓଡ଼ିଶାଲାଇଭ୍ ବ୍ୟୁରୋ
ଆହୁରି ୧୨ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନର ରହିଛି। ବର୍ଷା ସହ ଘଣ୍ଟାକୁ ପ୍ରାୟ ୪୦ରୁ ୫୦ କିଲୋମିଟର ବେଗରେ ବହିବ ପବନ। କିଛିଟା ସ୍ଥାନରେ ବଜ୍ରପାତ ସହ କୁଆପଥର ମାଡ଼ ହେବାର ମଧ୍ୟ ଆଶଙ୍କା କରାଯାଉଛି। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛନ୍ତି। ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ ବି ବର୍ଷା ହେବ।
ତେବେ ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ଟ୍ରାପ ଲାଇନ୍ ପ୍ରଭାବରେ ଏହି ବର୍ଷା ହେଉଛି।
ତେବେ ବୁଧବାର ରାତି ପାଖାପାଖି ୧୧ଟା ବେଳେ ବର୍ଷା ହେବା ସହ ୪୦ରୁ ୫୦ କିଲୋମିଟର ବେଗରେ ବର୍ଷା ହୋଇଥିଲା।
ମାର୍ଚ୍ଚ ୧ରୁ ପାଗ ଶୁଖିଲା ରହିବା ସହ ପାରଦ ୧ରୁ ୨ ଡିଗ୍ରୀ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।