ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ରାହୁଲ ଆଦିବାସୀଙ୍କ ସହ ନାଚୁଥିବାର ନଜର ରହିଛି। ଝାଡଖଣ୍ଡ ରାଜଧାନୀ ରାଞ୍ଚିର ଏହି ଦୃଶ୍ୟ। ଲୋକନୃତ୍ୟର ଖୁବ ଉପଭୋଗ କରିଛନ୍ତି ରାହୁଲ। ଆଉ ନିଜେ ମଧ୍ୟ ଆଦିବାସୀଙ୍କ ସଙ୍ଗୀତ ସହ ହାତ ଧରି ନାଚୁଛନ୍ତି।

ରାହୁଲଙ୍କ ସହ ସ୍ଥାନୀୟ କଂଗ୍ରେସ ନେତା ମଧ୍ୟ ନାଚୁଥିବାର ଦୃଶ୍ୟ ରହିଛି। କଂଗ୍ରେସ ଅଧ୍ୟକ୍ଷ ହେବା ପରେ ରାହୁଲ ପ୍ରଥମ ଥର ପାଇଁ ଝାଡଖଣ୍ଡ ଗସ୍ତରେ ଯାଇଥିଲେ। ମୋହରାବାଦ ରାଞ୍ଚିରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବା ସହ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ସଭାରେ କେନ୍ଦ୍ରର ମୋଦି ସରକାର ଉପରେ ପ୍ରବଳ ବର୍ଷିଥିଲେ। ରାଫେଲ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ବହୁ ଦୁର୍ନୀତି ନେଇ ସଭାରେ ବର୍ଷିଥିଲେ।

Comment