ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାଇନିଜ୍‌ ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନି ସାଓମି ଗୁରୁବାର ଭାରତରେ ଲଞ୍ଚ କରିଚି ରେଡ୍‌ମି ନୋଟ ସିରିଜ୍‌ର ଦୁଇଟି ସ୍ମାର୍ଟଫୋନ୍‌। ରେଡ୍‌ମି ନୋଟ ୭ ଏବଂ ରେଡ୍‌ମି ନୋଟ ୭ ପ୍ରୋ’। ଉଚିତ୍‌ ମୂଲ୍ୟରେ ଏହି ସ୍ମାର୍ଟଫୋନ୍‌ ବଜାରକୁ ଛାଡ଼ିଛି ସାଓମି କମ୍ପାନି। ଆସନ୍ତା ମାର୍ଚ୍ଚ ମାସ  ୧୧ ତାରିଖରୁ ଏହି ସ୍ମାର୍ଟଫୋନ୍‌ ବିକ୍ରି ଆରମ୍ଭ ହେବ।

ରେଡ୍‌ମି ନୋଟ ୭ ପ୍ରୋ’ ୪ ଜିବି ରାମ୍‌ ଓ ୬୪ ଜିବି ରୋମ୍‌ ବିଶିଷ୍ଟ ଫୋନ୍‌ର ମୁଲ୍ୟ ୧୩,୯୯୯ ଟଙ୍କା ଥିବାବେଳେ ୬ ଜିବି ଓ  ୧୨୮ ଜିବି  ସ୍ମାର୍ଟଫୋନ୍‌ ୧୬,୯୯୯ ଟଙ୍କାରେ ବଜାରରେ ମିଳିବ। ଆସନ୍ତା ମାର୍ଚ୍ଚ ୧୧ରୁ ଏହି ସ୍ମାର୍ଟଫୋନ୍‌ ଏମ୍‌ଆଇ.ଇନ୍‌ ଓ ଫ୍ଲିପ୍‌କାର୍ଟ ବିକ୍ରି ଆରମ୍ଭ ହେବ ବୋଲି ସାଓମି ପକ୍ଷରୁ କୁହାଯାଇଛି।

ସେହିପରି ୩ ଜିବି ରାମ୍‌ ଓ ୩୨ ଜିବି ରୋମ୍‌ ବିଶିଷ୍ଟ ଫୋନ୍‌ର ମୁଲ୍ୟ ୯,୯୯୯ ଟଙ୍କା ଥିବାବେଳେ ୪ ଜିବି ଓ  ୬୪ ଜିବି  ସ୍ମାର୍ଟଫୋନ୍‌ ୧୧,୯୯୯ ଟଙ୍କାରେ ବଜାରରେ ମିଳିବ। ଆସନ୍ତା ମାର୍ଚ୍ଚ ୬ରୁ ଏହି ସ୍ମାର୍ଟଫୋନ୍‌ ବଜାରକୁ ଆସିବ।

କ୍ୱାଲ୍‌କମ୍‌ ସ୍ନାପଡ୍ରାଗନ୍‌ ୬୭୫ ପ୍ରୋସେସର ସହିତ ରେଡମି୍‌ ନୋଟ୍‌ ୭ ପ୍ରୋ’ରେ ୪୮ ମେଗାପିକ୍ସେଲ ରିୟର୍‌ କ୍ୟାମେରା ଓ ୧୩ ମେଗା ପିକ୍ସେଲ ଫ୍ରଣ୍ଟ୍‌ କ୍ୟାମେରା ରହିଛି। ସେହିପରି ରେଡମି୍‌ ନୋଟ୍‌ ୭ରେ କ୍ୱାଲ୍‌କମ୍‌ ସ୍ନାପଡ୍ରାଗନ୍‌ ୬୬୦ ପ୍ରୋସେସର ଯୁକ୍ତ ୧୨ ଓ ୨ ମେଗା ପିକ୍ସେଲର ଦୁଇଟି ରିୟର କ୍ୟାମେରା ଏବଂ ୧୩ ମେଗା ପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି।

ରେଡମି୍‌ ନୋଟ୍‌ ୭ ପ୍ରୋ’ରେ ସ୍ମାର୍ଟଫୋନ୍‌ରେ ୬.୩ ଇଞ୍ଚ୍‌ର ଡିସ୍‌ପ୍ଲେ ରହିଛି। ଏହି ଡିସ୍‌ପ୍ଲେ ଗରିଲା ୫ ଗ୍ଲାସ୍‌ରେ ହୋଇଥିବା ସହିତ ଡଟ୍‌ ନଚ୍‌ ରହିଛି।

Comment