ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଝାରସୁଗୁଡ଼ା ଏୟାରପୋର୍ଟରୁ ମାର୍ଚ୍ଚ ୩୧ରୁ ଉଡ଼ିବ ସ୍ପାଇସ୍ ଜେଟ୍।

ମିଳିଥିବା ସୂଚନା ଅନୁଯାୟୀ ଏହି ସ୍ପାଇସ୍ ଜେଟ୍ ଦିଲ୍ଲୀରୁ ଅପରାହ୍ଣ ୧ଟା୫୦ରୁ ଉଡ଼ାଣ କରିବ ଏବଂ ଝାରସୁଗୁଡ଼ାରେ ଅପରାହ୍ଣ ୩ଟା୫୦ରେ ପହଞ୍ଚିବ। ପୁଣି ୪ଟା୨୫ରୁ ଝାରସୁଗୁଡ଼ା ଏୟାରପୋର୍ଟରୁ ବିମାନ ଉଡ଼ାଣ ଭରିବ ଏବଂ ସନ୍ଧ୍ୟା ୬ଟା୨୫ରେ ଦିଲ୍ଲୀରେ ପହଞ୍ଚିବ।

ସ୍ପାଇସ୍ ଜେଟ୍‌ରେ ଯାତ୍ରା କରିବାକୁ ଚାହୁଁଥିବା ଯାତ୍ରୀମାନଙ୍କ ପାଇଁ ଟିକେଟ ମୂଲ୍ୟ ୩ ହଜାର ୭୦୧ ଟଙ୍କା ରଖା ଯାଇଛି। ଫେବ୍ରୁଆରି ୨୭ରୁ ଅନଲାଇନ ଟିକେଟ ବୁକିଂ ଆରମ୍ଭ ହୋଇଛି।

ସ୍ପାଇସ୍ ଜେଟ୍ ଏୟାରଲାଇନ୍‌ସର ଅଧ୍ୟକ୍ଷ ଅଜୟ ସିଂହ ଫେବ୍ରୁଆରି ୨୭ରେ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ଝାରସୁଗୁଡ଼ା-ଦିଲ୍ଲୀ, ଝାରସୁଗୁଡ଼ା-କୋଲକାତା ଏବଂ ଝାରସୁଗୁଡ଼ା-ହାଇଦ୍ରାବାଦ ରୁଟ୍‌ରେ ସ୍ପାଇସ୍ ଜେଟ୍ ଚଳାଚଳ କରିବ।

୨୦୧୮ ସେପ୍ଟେମ୍ବର ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡ଼ା ବିମାନବନ୍ଦରର ଲୋକାର୍ପଣ କରିଥିଲେ।

Comment