ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ୍‌ର ଲୋକପ୍ରିୟ କଳାକାରଙ୍କ ତାଲିକାରେ ଆସିଥାଏ ଅଭିନେତା ଅନୁପମ୍‌ ଖେରଙ୍କ ନାଁ। ୧୯୫୫ ମସହା ମାର୍ଚ୍ଚ ୭ତାରିଖରେ ଜନ୍ମଗ୍ରହଣ କରିଥିଲେ ଏହି ବରିଷ୍ଠ ଅଭିନେତା ଅନୁପମ୍‌ ଖେର।୨୮ବର୍ଷ ବୟସରୁ ସେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ।

ଅନୁପମ୍‌ଙ୍କୁ ତାଙ୍କ ପ୍ରଥମ ଫିଲ୍ମ ଅନେକ ସଫଳତା ଦେଇଥିଲା। ପ୍ରଥମ ଫିଲ୍ମରେ ସେ ଜଣେ ୬୫ବର୍ଷର ବୃଦ୍ଧଙ୍କ ରୋଲ ପ୍ଲେ କରିଥିଲେ। ଫିଲ୍ମ ସାରାଂଶ ଜରିଆରେ ସେ ଅଭିନୟ ଜଗତରେ ଏଣ୍ଟ୍ରି କରିଥିଲେ।

ନିଜର ୩୫ବର୍ଷ ଫିଲ୍ମ କ୍ୟାରିୟରରେ ଅନୁପମ୍‌ ପାଖାପାଖି ୫୦୦ରୁ ଅଧିକ ଫିଲ୍ମରେ କାମ କରିସାରିଲେଣି। ପ୍ରାୟ ସବୁ ଫିଲ୍ମ ତାଙ୍କର ହିଟ୍‌ ହୋଇଥାଏ। ସେ ଏମିତି ଜଣେ କଳାକାର ଯେ ସବୁ ପ୍ରକାର ରୋଲ ପ୍ଲେ କରିପାରନ୍ତି।

ସିନେମା ହଲ୍‌ରେ ଦର୍ଶକଙ୍କୁ ହସାଇପାରନ୍ତି କନ୍ଦାଇବି ପାରନ୍ତି।ଅନୁପମ୍‌ଙ୍କ ଜନ୍ମ କଶ୍ମୀରର ଏକ ବ୍ରାହ୍ଣଣ ପରିବାରରେ ହୋଇଥିଲା। ସିମଲାରେ ନିଜ ପାଠପଢ଼ା ସାରିବା ପରେ ସେ ଅଭିନେତା ବନିବାର ଇଛା ରଖି ମୁମ୍ବାଇ ଆସିଥିଲେ। ୧୯୮୪ରେ ତାଙ୍କୁ ସାରାଂଶରେ ଅଭିନୟ ଲାଗି ଅଫର ଆସିଥିଲା।

ନିଜର ନିଖୁଣ ଅଭିନୟ ଲାଗି ସେ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଏହାଛଡ଼ା ଅନୁପମ୍‌ ଖେର୍‌ଙ୍କୁ ୨୦୧୪ରେ ପଦ୍ମଶ୍ରୀ ଓ ୨୦୧୬ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନୁପମ୍‌ ଖେରଙ୍କୁ ତାଙ୍କ ଜନ୍ମଦିନରେ ଅନେକ ଶୁଭେଛା ଓ ଶୁଭକାମନା।

Comment