ଓଡ଼ିଶାଲାଇଭ୍‌ ବ୍ୟୁରୋ

congress

ନିର୍ବାଚନ ତାରିଖ ଘୋଷଣା ହେବା ପରେ କଂଗ୍ରେସ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରି ଦେଇଛି। ଏନେଇ ବୁଧବାର ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଆସନ୍ତା ୧୭ ତାରିଖରେ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ କହିଛନ୍ତି ନିରଞ୍ଜନ।

 

“୧୫ ଲୋକସଭା ଆସନ ଓ ୧୦୫ ବିଧାନସଭା ପାଇଁ ପ୍ରାର୍ଥୀ ଚୟନ ଚଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବାକି ଆସନ ପାଇଁ ୧୬ ତାରିଖରେ ବୈଠକ ହେବ।”, କହିଛନ୍ତି ନିରଞ୍ଜନ।

ଅଧିକ ମହିଳା ପ୍ରାର୍ଥୀଙ୍କୁ ଅଧିକ ଗୁରୁତ୍ଵ ଦେବାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଥିବା ନିରଞ୍ଜନ କହିଛନ୍ତି। ତେଣୁ କଂଗ୍ରେସ ଜିତିବା ସାମର୍ଥ୍ୟ ଥିବା ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେବ।

Comment