ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମିତ ହେଉଛି ଓଡ଼ିଆ ଫିଲ୍ମ ‘ଚାଲ ଟିକେ ପ୍ରେମ କରିବା’। ଏହି ଫିଲ୍ମର ପ୍ରଯୋଜନା ସହ ନାୟିକା ଭୂମିକାରେ ଅଭିନୟ କରୁଛନ୍ତି ଚିନ୍ମୟୀ ପ୍ରିୟଦର୍ଶନୀ। ଚିନ୍ମୟୀଙ୍କ ସହିତ ଲୋକପ୍ରିୟ ଅଭିନେତ୍ରୀ ଲିପ୍ସାଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ।

ଦେବକୀ ସାହୁଙ୍କ କାହାଣୀ, ଆଶୁତୋଷ ବାରିକଙ୍କ ସଂଳାପ, ବିଭୂତି ଗଡ଼ନାୟକଙ୍କ ସଙ୍ଗୀତରେ ଏହି ଫିଲ୍ମଟି ନିର୍ମିତ ହେଉଛି। ଫିଲ୍ମରେ ଚିତ୍ରନାଟ୍ୟ, ନିର୍ଦ୍ଦେଶନା ଦେଉଛନ୍ତି ସରୋଜକାନ୍ତ। ଫିଲ୍ମର ଟାଇଟଲ ଗୀତ ଗାଇଛନ୍ତି ହ୍ୟୁମାନ ସାଗର, ତପୁ ମିଶ୍ର।

ଫିଲ୍ମରେ ଅଭିନୟ କରୁଛନ୍ତି ଦେବରାଜ, ଲିପ୍ସା, ପ୍ରଜ୍ଞା, ସଲିଲ ମିତ୍ର ଆଦି କଳାକାର। ଫିଲ୍ମଟି ରଜ ଅବସରରେ ମୁକ୍ତିଲାଭ କରିବ। ଏହି ଫିଲ୍ମରେ କେବଳ ପ୍ରେମ ନୁହେଁ ବନ୍ଧୁତାକୁ ବି ଦର୍ଶାଯାଇଛି। ଏହି ଫିଲ୍ମ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି।

Comment