ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀ ତାଲିକା ପ୍ରକାଶ ପାଉଥିବା ବେଳେ ଗୋଟିଏ କଥା ପ୍ରାୟ ସ୍ପଷ୍ଟ ଯେ ଶାସକ ବିଜେଡିର ସଂଖ୍ୟାଧିକ ପ୍ରାର୍ଥୀ ଜିତିବେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଯେଉଁଭଳି ଭାବରେ ପ୍ରାର୍ଥୀ ଚୟନ କରାଯାଇଛି ତାହା ଦୁଇ ବିରୋଧୀ ଦଳକୁ ଅନେକ ପରିମାଣରେ ହରଡ଼ଘଣାରେ ପକାଇଛି।

ଏହି ନିର୍ବାଚନରେ ବିଜେଡି ଯଦି ଏକ ନମ୍ୱର ସ୍ଥାନରେ ରହେ ଦ୍ୱିତୀୟ ଓ ତୃତୀୟ ସ୍ଥାନ କେଉଁ ଦଳ ଅଧିକାର କରିବ ସେନେଇ ଆଲୋଚନା ଆରମ୍ଭ ହୋଇଛି।

ଚଳିତ ଲୋକସଭା ନିର୍ବାଚନରେ ବିଜେଡି ପଛକୁ ବିଜେପି ହିଁ ଅଧିକ ଉତ୍ସାହିତ ଥିବା ଲକ୍ଷ୍ୟ କରାଯାଇଛି। ଯେହେତୁ ନିର୍ବାଚନକୁ ଲମ୍ବା ସମୟ ପର୍ଯ୍ୟନ୍ତ ଗଡ଼େଇ ଦିଆଯାଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ସଭାପତି ଅମିତ ଶାହ ଅନେକ ଥର ନିର୍ବାଚନ ପ୍ରଚାରରେ ଓଡ଼ିଶା ଆସିପାରିବେ ଯାହାକି ଦଳ ପାଇଁ ଫାଇଦା ହେବ।

କଂଗ୍ରେସର ଆକଳନ ବି  କିଛି ଅବାସ୍ତବ ନୁହେଁ। କଂଗ୍ରେସ ନିହାତି ପକ୍ଷେ ଛଅଟି ଆସନରୁ ଜିତିବାର ଲକ୍ଷ୍ୟ ରଖିଛି। ଏଗୁଡ଼ିକ ହେଲା କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ବାଲେଶ୍ୱର, ବଲାଙ୍ଗିର ଓ ସୁନ୍ଦରଗଡ଼।

ସେହିଭଳି ବିଜେପିର ଟାର୍ଗେଟ ହେଉଛି କୋରାପୁଟ, ବଲାଙ୍ଗିର, ଭୁବନେଶ୍ୱର, କଳାହାଣ୍ଡି, ମୟୂରଭଞ୍ଜ, ବରଗଡ଼, ଢେଙ୍କାନାଳ, ସୁନ୍ଦରଗଡ଼ ଓ ବାଲେଶ୍ୱର ଲୋକସଭା ଆସନ। ଏହିଭଳି ସ୍ଥିତିରେ ଚଳିତ ଲୋକସଭା ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହେବା ସ୍ପଷ୍ଟ ଭାବରେ ଆଖିରେ ପଡୁଛି।

ଅନ୍ୟ ଅର୍ଥରେ କୌଣସି ଗୋଟିଏ ଦଳକୁ ୧୫ରୁ ଅଧିକ ଆସନ ମିଳିବାର ସମ୍ଭାବନା ନାହିଁ ବୋଲି ପର୍ଯ୍ୟବେକ୍ଷକମାନଙ୍କ ପକ୍ଷରୁ  ଆକଳନ କରାଯାଇଛି।

Comment