ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ରେଳ, ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଉ ଏକ ପରିବର୍ତ୍ତନ କରିଛି। ଯାହାର ଲାଭ ପ୍ରତିଟି ଯାତ୍ରୀ ନେଇପାରିବେ। ପୁଣିଥରେ ରେଲୱେ ତରଫରୁ ଯାତ୍ରୀଙ୍କ ଲାଗି ନୂଆ ନିୟମ କରାଯାଇଛି।

ନୂଆ ନିୟମ ଅନୁସାରେ ଆପଣ ଟ୍ରେନ ଛାଡ଼ିବାର ୪ଘଣ୍ଟା ପୂର୍ବରୁ ନିଜର ବୋଡିଂ ଷ୍ଟେସନ ବଦଳାଇପାରିବେ। ଏହି ନିୟମ ପୂର୍ବରୁ ନଥିଲା। ଯେଉଁଥିପାଇଁ ଅନେକ ସମୟରେ ଯାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।

ଟାଇମ୍ସ ନାଓ ଖବର ଅନୁସାରେ ରେଲୱେ ତରଫରୁ ଖୁବଶୀଘ୍ର ଏ ନେଇ ଯାତ୍ରୀଙ୍କୁ ସୁବିଧା ଯୋଗାଇ ଦିଆଯିବ। ଯାତ୍ରୀଚାର୍ଟ ବନାଇବା ପର୍ଯ୍ୟନ୍ତ ବୋଡିଂ ଷ୍ଚେସନ ବଦଳାଇପାରିବେ ଯାତ୍ରୀ ମାନେ।

ସୂଚନାନୁସାରେ ମେ ୧ରୁ ଏହି ନୂଆ ନିୟମର ଲାଭ ନେଇପାରିବେ ଯାତ୍ରୀ। ତେବେ ପ୍ରଚଳିତ ନିୟମ ଅନୁସାରେ ଟ୍ରେନ ଛାଡ଼ିବାର ୨୪ଘଣ୍ଟା ପୂର୍ବରୁ ଯାତ୍ରୀ ସେମାନଙ୍କର ବୋଡିଂ ଷ୍ଟେସନକୁ ବଦଳାଇ ପାରୁଥିଲେ। ତେବେ ଏ ନେଇ ରେଲୱେ ତରଫରୁ ସେମିତି କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ।

ନିକଟରେ ରେଳ ବୋର୍ଡ ପକ୍ଷରୁ କୁହାଯାଇଛି ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଟିକେଟିଂ ବ୍ୟବସ୍ଥାରେ କିଛିଟି ପରିବର୍ତ୍ତନ କରାଯାଇଛି। ଯଦି କୌଣସି ଯାତ୍ରୀ ତାଙ୍କ ବୋଡିଂ ଷ୍ଟେସନ ପରିବର୍ତ୍ତନ କରୁଛି ତେବେ ଯାତ୍ରୀଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ ନାହିଁ।

Comment