ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏହାର କାରଣ ଲୋକସଭା ନିର୍ବାଚନ। ଉର୍ମିଳା ବୁଧବାର କଂଗ୍ରେସରେ ସାମିଲ ହୋଇଛନ୍ତି। ସେ ନିର୍ବାଚନ ଲଢ଼ିପାରନ୍ତି ବୋଲି ଶୁଣିବାକୁ ମିଳିଛି। ଦୀର୍ଘ ଦିନରୁ ବଲିଉଡରୁ ଦୂରେଇ ରହିଥିବା ଉର୍ମିଳା ଏବେ ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି।

ଜାଣନ୍ତୁ ତାଙ୍କ ବିଷୟରେ କିଛି କଥା…

ଅଭିନୟରୁ ରାଜନୀତିରେ ପ୍ରବେଶ କରିଥିବା ଉର୍ମିଳା ଅନେକ ଫିଲ୍ମରେ ଶିଶୁ କଳାକାର ଭାବେ କାମ କରିଛନ୍ତି। ୧୯୭୭ରେ ଆସିଥିବା ଫିଲ୍ମ ‘କର୍ମ’ ତାଙ୍କର ପ୍ରଥମ ଫିଲ୍ମ ଥିଲା। ଏଥିରେ ସେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ।

ଏହାପରେ ୧୯୮୩ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ମାସୁମ୍‌’ରେ ଶିଶୁ କଳାକାରଭାବେ ଅଭିନୟ କରିଥିଲେ।

ବଡ଼ ହେବା ପରେ ଅନେକ ସୁପରହିଟ ଫିଲ୍ମରେ ଅଭିନୟ କରିଥିଲେ ଉର୍ମିଳା। ସେ ଅଭିନେତା ଜାକି ଶ୍ରଫ୍, କମଲ ହାସନ, ସଞ୍ଜୟ ଦତ୍ତ, ଅନିଲ କପୁର, ଶାହରୁଖଙ୍କ ସହ କାମ କରଇଛନ୍ତି।

ଉର୍ମିଳାଙ୍କ ଅଭିନୀତ ଫିଲ୍ମ ରଙ୍ଗୀଲାର ଲୋକପ୍ରିୟତା ତାଙ୍କୁ ବଲିଉଡରେ ପରିଚୟ ଦେଇଥିଲା। ସେଥିପାଇଁ ତାଙ୍କୁ ବଲିଉଡରେ ‘ରଙ୍ଗୀଲା ଗାର୍ଲ’ ବି କୁହାଯାଏ।

ପରବର୍ତ୍ତୀ ସମୟରେ ଅଚାନକ ସେ ବଲିଉଡରୁ ଗାୟବ ହୋଇଯାଇଥିଲେ। ଅଭିନୟ ଗାୟବ ହେବାପରେ ଉର୍ମିଳା ନିଜଠୁ ୧୦ ବର୍ଷ ସାନ ମୋହସିନ ଅଖତରଙ୍କୁ ୨୦୧୬ରେ ବିବାହ କରିଥିଲେ।

Comment