ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଶାସକ ବିଜେଡି ପକ୍ଷରୁ ସମସ୍ତ ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଯେଉଁମାନେ ୨୦୧୯ ନିର୍ବାଚନ ପାଇଁ ଟିକେଟ ପାଇଛନ୍ତି ସେମାନେ ହେଲେ:

ବ୍ରହ୍ମପୁର –  ଚନ୍ଦ୍ରଶେଖର ସାହୁ
ନବରଙ୍ଗପୁର – ରମେଶ ମାଝି
କୋରାପୁଟ – କୌଶଲ୍ୟା ହିକକ୍କା
କଳାହାଣ୍ଡି – ପୁଷ୍ପେନ୍ଦ୍ର ସିଂଦେଓ
ବରଗଡ଼- ପ୍ରସନ୍ନ ଆଚାର୍ଯ୍ୟ
ସୁନ୍ଦରଗଡ଼- ସୁନୀତା ବିଶ୍ୱାଳ
ବଲାଙ୍ଗିର- କଳିକେଶ ସିଂହଦେଓ
କନ୍ଧମାଳ- ଅଚ୍ୟୁତ ସାମନ୍ତ
ଆସ୍କା- ପ୍ରମିଳା ବିଶୋୟୀ
ଭୁବନେଶ୍ବର- ଅରୁପ ପଟ୍ଟନାୟକ
ସମ୍ବଲପୁର- ନଳୀନକାନ୍ତ ପ୍ରଧାନ
ପୁରୀ- ପିନାକୀ ମିଶ୍ର
କେନ୍ଦ୍ରାପଡା- ଅନୁଭବ ମହାନ୍ତି
ଜଗତସିଂହପୁର- ରାଜଶ୍ରୀ ମଲ୍ଲିକ
ଯାଜପୁର- ସସ୍ମିତା ସେଠୀ
ବାଲେଶ୍ବର- ରବୀନ୍ଦ୍ର ଜେନା
ଭଦ୍ରକ- ମଞ୍ଜୁଲତା ମଣ୍ଡଳ
ମୟୁରଭଞ୍ଜ- ଦେବାଶିଷ ମାରାଣ୍ଡି
କଟକ- ଭର୍ତ୍ତୃହରି ମହତାବ
କେନ୍ଦୁଝର- ଚନ୍ଦ୍ରାଣୀ ମୁର୍ମୁ
ଢେଙ୍କାନାଳ- ମହେଶ ସାହୁ

ଏହି ତାଲିକାକୁ ଯଦି ବ୍ୟବଛେଦ କରାଯାଏ କେତୋଟି କଥା ସାମ୍ନାକୁ ଆସିବ। ପ୍ରଥମ,ନିଜ ଘୋଷଣା ଅନୁସାରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଛନ୍ତି। ମହିଳା ପ୍ରାର୍ଥୀଙ୍କ ଭିତରେ ସମସ୍ତେ ରାଜନୀତିରେ ନୂଆ,କେବଳ ରାଜଶ୍ରୀ ମଲ୍ଲିକଙ୍କୁ ଛାଡ଼ି। ତା’ ଛଡ଼ା କମ ବୟସର ମହିଳାଙ୍କୁ ନବୀନ ଲୋକସଭା ପ୍ରାର୍ଥୀ କରିଛନ୍ତି। ମହିଳାଙ୍କ ଭିତରେ ପ୍ରମିଳା ବିଷୋୟୀ ବୟୋଜ୍ୟେଷ୍ଠ ଓ ଚନ୍ଦ୍ରାଣୀ ମୁର୍ମୁଙ୍କ ବୟସ ସବୁଠାରୁ କମ। ଦ୍ୱିତୀୟ, ୨୦୧୪ରେ ଯେଉଁମାନେ ଲୋକସଭାକୁ ଯାଇଥିଲେ ସେମାନଙ୍କ ମଧ୍ୟରୁ କେବଳ ୪ ଜଣଙ୍କୁ ପୁଣି ଥରେ ଟିକେଟ ମିଳିଛି: ଭର୍ତ୍ତୃହରି ମହତାବ, ରବୀନ୍ଦ୍ର ଜେନା, କଳିକେଶ ସିଂହଦେଓ ଓ ପିନାକୀ ମିଶ୍ର।।

ଅର୍ଥାତ ନୂଆ ମୁହଁର ପ୍ରତିଶ୍ରୁତି ଅନେକଟା କାମ କରିଛି। ତୃତୀୟ, ଯେଉଁମାନେ ଏବେ ରାଜ୍ୟସଭା ସଦସ୍ୟ ଅଛନ୍ତି ସେମାନଙ୍କୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ କୁହାଯାଇଛି। ଏହା ଏକ ବିଚିତ୍ର ନିଷ୍ପତ୍ତି। ଓଡ଼ିଶା ବୋଧହୁଏ ଏକମାତ୍ର ରାଜ୍ୟ ରାଜ୍ୟସଭା ସଦସ୍ୟଙ୍କୁ ମ୍ୟୁଜିକାଲ ଚେୟାର ଭଳି ଏପଟ ସେପଟ କରାଯାଇଥାଏ। ଅର୍ଥାତ ବାରମ୍ବାର ନିର୍ବାଚନ କରାଇବାର ଶ୍ରେୟ କେବଳ ବିଜେଡିକୁ ଯିବ। ଚତୁର୍ଥ, ଏଥର ତିନି ଜଣ ପ୍ରଶାସକଙ୍କୁ ପ୍ରାର୍ଥୀ କରାଯାଇଛି ଯଥା: ଅରୂପ ପଟ୍ଟନାୟକ, ନଳିନୀକାନ୍ତ ପ୍ରଧାନ ଓ ଶର୍ମିଷ୍ଠା ସେଠୀ। ଏହି ତାଲିକାର ଅନ୍ୟ ଏକ ରୋଚକ କଥା ହେଉଛି ସ୍ୱାମୀମାନଙ୍କ ସ୍ଥାନରେ ପତ୍ନୀମାନଙ୍କୁ ପ୍ରାର୍ଥୀ ଭାବେ ଠିଆ କରାଯିବା। ଝିନ ହିକକ୍କାଙ୍କ ସ୍ଥାନରେ କୌଶଲ୍ୟା ଓ ମୁକ୍ତିକାନ୍ତ ମଣ୍ଡଳଙ୍କ ସ୍ଥାନରେ ମଞ୍ଜୁଲତା।

Comment