ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ବିଜେଡିକୁ ଢଳୁଛନ୍ତି ଦିଲ୍ଲୀପ ରାୟ!

ଦିଲ୍ଲୀପ ରାୟଙ୍କୁ ନେଇ ଜଟିଳ ହେଉଛି ରାଜ୍ୟ ରାଜନୀତିର ଗଣିତ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ଏବଂ ତାଙ୍କ ସମର୍ଥକ କେଉଁ ଦଳକୁ ସମର୍ଥନ କରିବେ ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଫଟୋ ଅନେକ କଥା କହୁଛି। ଏହି ଫଟୋରୁ ଜଣାପଡୁଛି ଯେ ଦିଲ୍ଲୀପ ବିଜେଡି ଆଡକୁ ଢଳୁଛନ୍ତି। ୨୦୧୯ ନିର୍ବାଚନରେ ଦିଲ୍ଲୀପ ବିଜେଡି ପ୍ରାର୍ଥୀ ସାରଦା ନାୟକଙ୍କୁ ସମର୍ଥନ କରିପାରନ୍ତି ବୋଲି କୁହାଯାଉଛି।

କଂଗ୍ରେସ ଦେଲା ୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ, ଜାଣନ୍ତୁ କେଉଁଠୁ କିଏ?

କଂଗ୍ରେସ ଘୋଷଣା କରିଛି ୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା।

୧. ବଡ଼ସାହି – ଦେବଯାନୀ ବେହେରା

୨. ସୋର – ସୁରେନ୍ଦ୍ର ପରମାଣିକ

୩. ସିମୁଳିଆ – ଅନନ୍ତ ସେଠୀ

୪. ଚାନ୍ଦବାଲି – ଦିଗମ୍ବର ଦାସ

ସରକାର ଗଠନର ପ୍ରଥମ ଦିନରେ ମିଳିବ କାଳିଆ ଟଙ୍କା

ପ୍ରଚାର ମଇଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଶୁକ୍ରବାର ଜୟପୁରଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ବେଳେ ଏକ ବଡ଼ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ। ନବୀନ କହିଛନ୍ତି, “ସରକାର ଗଠନର ପ୍ରଥମ ଦିନରେ ହିଁ ବାକି ଥିବା ହିତାଧିକାରୀଙ୍କୁ କାଳିଆ ଟଙ୍କା ଦିଆଯିବ”

ନବୀନ କହିଛନ୍ତି, “ନିର୍ବାଚନୀ ଇସ୍ତାହାରରେ ଚାଷୀମାନଙ୍କ ସମସ୍ୟାକୁ ୧ ନମ୍ବରରେ ରଖିଛୁ। ଚାଷୀଙ୍କ ସହାୟତା ପାଇଁ ହୋଇଥିବା କାଳିଆ ଯୋଜନାରେ ଏପର୍ଯ୍ୟନ୍ତ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। ଏହି ତାଲିକାରେ ଆଉ ୨୫ ଲକ୍ଷ ଚାଷୀଙ୍କ ନାମ ଯୋଡ଼ା ଯିବ। ନିର୍ବାଚନ ପରେ ବିଜେଡି ସରକାର ଗଢ଼ିବାର ପ୍ରଥମ ଦିନରେ ହିଁ ବାକିଥିବା ଚାଷୀଙ୍କୁ କାଳିଆ ଟଙ୍କା ଦିଆଯିବ”

ଜୟପୁରରେ ମାରାଥନ ପ୍ରଚାର କଲେ ନବୀନ – ‘‘ମୁଁ ଆପଣମାନଙ୍କ ସାଙ୍ଗରେ ରହିଛି, ରହିବି’’

ପ୍ରଚାର ମଇଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମାଲକାନଗିରି ଜିଲ୍ଲା କାଲିମେଳା ପରେ ନବୀନ କୋରାପୁଟର ଜୟପୁରଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିଛନ୍ତି ପ୍ରଚାର। ଜୟପୁର ଷ୍ଟାଡିୟମଠାରେ ଅନୁଷ୍ଠିତ ସଭାରେ ନବୀନ ସିଧା କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି। କେନ୍ଦ୍ରରୁ ଆସୁଥିବା ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।

‘‘ନିର୍ବାଚନୀ ଇସ୍ତହାରରେ ଚାଷୀମାନଙ୍କ ସମସ୍ୟାକୁ ୧ ନମ୍ବରରେ ରଖାଯାଇଛି। ଚାଷୀଙ୍କ ପାଇଁ ଆମ ସରକାର ଅନେକ କାମ କରିଛନ୍ତି। ଚାଷୀଙ୍କ ପାଇଁ କାଳିଆ ଯୋଜନା ହୋଇଛି। ୪୦ ଲକ୍ଷ ଚାଷୀ ଏହି ଯୋଜନାରେ ଉପକୃତ ହୋଇଛନ୍ତି। ଆଉ ୨୫ ଲକ୍ଷ ଚାଷୀଙ୍କୁ ଯୋଜନାରେ ଯୋଡ଼ା ଯିବ’’, କହିଛନ୍ତି ନବୀନ।

ନବୀନ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ‘‘ତିତିଲି, ଫାଇଲିନ, ହୁଡହୁଡ ବେଳେ କୌଣସି କେନ୍ଦ୍ର ନେତା ଓଡ଼ିଶା ଆସିଲେ ନାହିଁ। ଏବେ ନିର୍ବାଚନ ସମୟ ଆସିଥିବାରୁ ସେମାନେ ଭୋଟ ପାଇଁ ଓଡ଼ିଶା ଆସୁଛନ୍ତି। ସେମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ମୁଁ ଆପଣମାନଙ୍କ ସହ ରହିଛି ଏବଂ ଆଗକୁ ମଧ୍ୟ ରହିବି।’’

ନବୀନଙ୍କୁ କଂଗ୍ରେସ ପଚାରିଲା ପ୍ରଶ୍ନ – “୧୯ ବର୍ଷ ଭିତରେ ମହିଳାଙ୍କ ପାଇଁ କରିଛ କ’ଣ?”

ନବୀନଙ୍କ ମହିଳା କାର୍ଡକୁ କାଉଣ୍ଟର କରିଛି ଓଡିଶା ପ୍ରଦେଶ କଂଗ୍ରେସ। ଆଜି ଭୁବନେଶରସ୍ଥିତ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସିଧାସଳଖ ନବୀନଙ୍କୁ ପ୍ରଶ୍ନ ବାଣରେ ଛନ୍ଦିଛନ୍ତି। ବିଜେଡିର ୩୩ ପ୍ରତିଶତ ମହିଳା କାର୍ଡ ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ।

ଗତ ଦୁଇ ଦଶନ୍ଧିର ଶାସନ ସତ୍ତ୍ଵେ ମହିଳାଙ୍କର ସାମାଜିକ ସ୍ଥିତିରେ ଘୋର ଅବନତି କାହିଁକି ହୋଇଛି ବୋଲି ପ୍ରଶ୍ନ କରିଛି କଂଗ୍ରେସ।

ନିର୍ବାଚନ ଲଢ଼ିବେନି ସୁମିତ୍ରା ମହାଜନ

ବରିଷ୍ଠ ବିଜେପି ନେତା ତଥା ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଏଥର ନିର୍ବାଚନ ଲଢ଼ିବେ ନାହିଁ। ଏନେଇ ସେ ଦଳକୁ ଚିଠି ଲେଖି ଜଣାଇ ଦେଇଛନ୍ତି। ବିଜେପି ୭୫ ବର୍ଷ ବୟସରୁ ଅଧିକ ବରିଷ୍ଠ ନେତାଙ୍କୁ ଚଳିତ ନିର୍ବାଚନରେ ପ୍ରାର୍ଥୀ କରି ନାହିଁ। ଦଳ ଏଥର ଲାଲ୍‌କୃଷ୍ଣ ଆଡଭାଣୀ, ମୂରଲୀ ମନୋହର ଯୋଶୀ ଓ କଲରାଜ ମିଶ୍ରଙ୍କ ଟିକେଟ୍‌ କାଟିଛି। ବିଜେପି ସୁମିତ୍ରା ମହାଜନଙ୍କୁ ଟିକେଟ ଦେବ କି ନାହିଁ ସେ ନେଇ ଅନିଶ୍ଚିତତାରେ ଥିବା ବେଳେ ଗୁରୁବାର ସୁମିତ୍ରା ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି।

୩ ନେତାଙ୍କୁ ନୂଆ ଦାୟିତ୍ଵ ଦେଲା ବିଜେଡି

ଟିକେଟ ବଣ୍ଟାରେ ଅସନ୍ତୁଷ୍ଟ ନେତାଙ୍କୁ ଏକପ୍ରକାର ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେଥିପାଇଁ ଭୁବନେଶ୍ଵର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସମେତ ଆଉ ଦୁଇ ନେତାଙ୍କୁ ନୂଆ ଦାୟିତ୍ଵ ଦେଇଛନ୍ତି ନବୀନ। ନବୀନ ପ୍ରିୟଦର୍ଶୀ ମିଶ୍ରଙ୍କୁ ଦଳର ସାଧାରଣ ସମ୍ପାଦକ ଦାୟିତ୍ଵ ଦେଇଛନ୍ତି। ସେହିପରି ଜନ୍ମେଜୟ ଲେଙ୍କାଙ୍କୁ ଓ ମୀନକେତନ ଅମାନ୍ତଙ୍କୁ ମଧ୍ୟ ସମାନ ଦାୟିତ୍ଵ ମିଳିଛି। ଅନ୍ୟପକ୍ଷରେ ଜିତୁ ପଟ୍ଟନାୟକ, ବିଜୟ ନାୟକଙ୍କୁ ବିଜେପୁର ସହପର୍ଯ୍ୟବେକ୍ଷକ ଦାୟିତ୍ଵ ଦେଇଛନ୍ତି ବିଜେଡି ସୁପ୍ରିମୋ।

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ମୋଦି

ବିଜେପି ଫୋକସରେ ରହିଛି ଓଡ଼ିଶା। ଏହା ସ୍ପଷ୍ଟ ହୋଇଛି ବିଜେପିର ପୋଷ୍ଟରବୟ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନ ଘନ ଓଡ଼ିଶା ଗସ୍ତରୁା ଆସନ୍ତାକାଲି ଅର୍ଥାତ ଏପ୍ରିଲ ୬ରେ ମୋଦି ପୁଣି ଓଡ଼ିଶା ଆସୁଛନ୍ତି। କାଲି ମୋଦିଙ୍କର ସୁନ୍ଦରଗଡ଼ରେ ଏକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହା ମୋଦିଙ୍କ ତୃତୀୟ ଓଡ଼ିଶା ଗସ୍ତ। ମାର୍ଚ୍ଚ୨୯ ତାରିଖରେ ଜୟପୁରଠାରେ ନିର୍ବାଚନୀ ପ୍ରଚାର କରିଥିବା ମୋଦି ଏପ୍ରିଲ ୨ରେ ବି ଭବାନିପାଟଣାରେ ପ୍ରଚାର କରିଥିଲେ।

ଓଡ଼ିଶାରେ ମିଶନ ୧୨୦ର ଲକ୍ଷ୍ୟ ରଖିଛି ବିଜେପି। ଏହି ମିଶନ ମୋଡରେ କାମ କରୁଛି ବିଜେପିା ୧୨୦ଟି ବିଧାନସଭା ସମେତ ୨୧ଟି ଲୋକସଭା ଆସନରେ ପଦ୍ମ ଫୁଟାଇବା ପାଇଁ ମୋଦି ଓଡ଼ିଶା ଉପରେ ଫୋକସ କରିଛନ୍ତି। ଦେଖାଯାଉ ମୋଦିଙ୍କର ଓଡ଼ିଶା ଗସ୍ତ ବିଜେପି ପାଇଁ କେତେ ଫାଇଦା ହେଉଛିା

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ଖଣ୍ଡପଡ଼ା ରାଜନୀତି, ଯେଉଁଠି ପ୍ରତି ନିର୍ବାଚନରେ ବଦଳନ୍ତି ପ୍ରାର୍ଥୀ!

ଗଞ୍ଜାମର ଶ୍ୟାମବାବୁ ସୁବୁଦ୍ଧି: ବୟସ ୮୪, ୬୨ ବର୍ଷ ମଧ୍ୟରେ ୨୮ ଥର ପ୍ରାର୍ଥୀ

ଖଣ୍ଡପଡ଼ାରେ ଏଥର ଖାତା ଖୋଲି ପାରିବେ କି ସୌମ୍ୟରଞ୍ଜନ?

ଦିଲ୍ଲୀପ ରାୟ କୌଣସି ଦଳରେ ଯୋଗ ଦେବେ ନାହିଁ କାହିଁକି?

ଓଡ଼ିଶା ଲୋକସଭା ନିର୍ବାଚନ – ବିଜେଡି ୭, ବିଜେପି ୧୩, କଂଗ୍ରେସ ୧!

ଏଥର ମହିଳା ବ୍ରିଗେଡକୁ ମିଳିଲାନି ଟିକେଟ

ମୁଁ ବ୍ରହ୍ମଗିରିର ଝିଅ – ଉପାସନା

LEAVE A REPLY

Please enter your comment!
Please enter your name here