ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସୋମବାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ ମୂରଲୀ ମନୋହର ଜୋଶୀଙ୍କୁ ଦେଖା କରିବେ। ଶାହ ଆଜି ସନ୍ଧ୍ୟାରେ ଏହି ଦୁଇ ବରିଷ୍ଠ ନେତାଙ୍କୁ ଭେଟିବେ।

ଏଥର ପାର୍ଟ ଏହି ନେତାଙ୍କୁ ଟିକେଟ ଦେଇନଥିବାରୁ ସେମାନେ ଦଳ ପ୍ରତି ଖୁସି ନାହାନ୍ତି। ଏହି ଦୃଷ୍ଟିରୁ ଦୁଇ ନେତାଙ୍କୁ ମନେଇବା ପାଇଁ ଶାହ ସେମାନଙ୍କୁ ଦେଖାକରିବେ। ଆଡଭାନୀ ଏବେ ଗାନ୍ଧିନଗରରୁ ସାଂସଦ ଅଛନ୍ତି। ହେଲେ ଏଥର ଏହି ଆସନରୁ ଅମିତ ଶାହ ନିର୍ବାଚନ ଲଢ଼ିବେ।

୯୧ ବର୍ଷୀୟ ଆଡଭାନୀ ବିଜେପି ଦଳର ପ୍ରତାଷ୍ଠାତାମାନଙ୍କ ମଧ୍ୟରୁ ଜଣେ। ଦୀର୍ଘଦିନରୁ ପର୍ଯ୍ୟନ୍ତ ସେ ବିଜେପିର ସଭାପତି ରହିଛନ୍ତି। ୧୯୯୧ ପରଠୁ ସେ ୬ ଥର ଗାନ୍ଧିନଗର ଆସନରୁ ସାଂସଦ ରହିଛନ୍ତି।

ବିଜେପି ଏଥର ଏହି ଦୁଇ ନେତାଙ୍କୁ ଲୋକସଭା ନିର୍ବାଚନ ପାଇଁ ଟିକେଟ ଦେଇନାହିଁ। ସେହିପରି ମୁରଲୀ ମନୋହର ଜୋଶୀ କାନପୁରରୁ ସାଂସଦ ଅଛନ୍ତି। ତାଙ୍କ ସିଟ୍‌ରୁ ଏଥର ସତ୍ୟଦେବ ପଚୌରୀ ନିର୍ବାଚନ ଲଢ଼ୁଛନ୍ତି।

Comment