ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।
କେନ୍ଦ୍ର ବିଜେପି ଜାରି କଲା ଇସ୍ତାହାର ପତ୍ର
ଲୋକସଭା ନିର୍ବାଚନ ପାଇଁ କେନ୍ଦ୍ର ବିଜେପି ପକ୍ଷରୁ ସୋମବାର ଇସ୍ତାହାର ପତ୍ର ଜାରି କରିଛି। ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଇସ୍ତାହାର ଜାରି କରିଛନ୍ତି। ଏହି ଅବସରରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ବୈଦେଶିକ ମନ୍ତ୍ରୀ ଉପସ୍ଥିତ ରହିଥିଲେ। ବିଜେପିର ସଂକଳ୍ପ ପତ୍ର ୪୮ ପୃଷ୍ଠାର ରହିଛି। ଏହି ସଂକଳ୍ପ ପତ୍ରର ନାମ “ସଂକଳ୍ପିତ ଭାରତ, ସଶକ୍ତ ଭାରତ” ରଖାଯାଇଛି।

ବିଜେପି ଦେଲା ପ୍ରତିଶ୍ରୁତି – କ୍ଷୁଦ୍ର ଚାଷୀଙ୍କୁ ପେନ୍ସନ, ସବୁଘରକୁ ପାଣି
୨୦୧୯ ଲୋକସଭା ନିର୍ବାଚନ ପାଇଁ କେନ୍ଦ୍ର ବିଜେପି ସୋମବାର ସଂକଳ୍ପ ପତ୍ର ଜାରି କରିଛି। ଏହି ସଂକଳ୍ପ ପତ୍ରର ନାମ ରହିଛି “ସଂକଳ୍ପିତ ଭାରତ ଓ ସଶକ୍ତ ଭାରତ”। ୪୮ ପୃଷ୍ଠା ବିଶିଷ୍ଟ ଏହି ସଂକଳ୍ପପତ୍ରରେ ବିଜେପି ଅନେକ ପ୍ରତିଶ୍ରୁତି ଦେଇଛି। ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏଥର ଇସ୍ତାହାରରେ ବିଜେପି କ୍ଷୁଦ୍ର ଚାଷୀ ଓ ଗରିବଙ୍କୁ ଅଧିକ ଗୁରୁତ୍ୱ ଦେଇଛି। ୬୦ ବର୍ଷ ପରେ କ୍ଷୁଦ୍ର ଚାଷୀଙ୍କୁ ପେନସନ ଦିଆଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଛି।

ଆସନ୍ତାକାଲି ପୁରୀରେ ରୋଡ ସୋ’ କରିବେ ଅମିତ ଶାହ
ତିନି ପ୍ରମୁଖ ଦଳ (ବିଜେଡି, ବିଜେପି, କଂଗ୍ରେସ) ପ୍ରଚାରକୁ ଜୋରସୋର କରିଛନ୍ତି। ବିଜେପିର ବହୁ ହେଭିୱେଟ୍ ନେତା ଓଡ଼ିଶାରେ ପ୍ରଚାର କରୁଛନ୍ତି। ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନିର୍ବାଚନୀ ପ୍ରଚାର ଲାଗି ପୁରୀ ଗସ୍ତରେ ଆସୁଛନ୍ତି।
ଏପ୍ରିଲ ୭ରେ ଅସ୍କା ଲୋକସଭା ଆସନର ପୋଲସରା ନିର୍ବାଚନ ସଭାରେ ଯୋଗ ଦେଇଥିଲେ। ଏବଂ ନବୀନକୁ ଟାର୍ଗେଟ କରିଥିଲେ। ଠିକ୍ ଏହାର ଗୋଟେ ଦିନ ପରେ ଓଡ଼ିଶାକୁ ପୁଣିଥରେ ଆସୁଛନ୍ତି ଅମିତ ଶାହ।

ଆଜି ନୂଆପଡ଼ା, କଳାହାଣ୍ଡିରେ ନିର୍ବାଚନ ପ୍ରଚାର କରିବେ ନବୀନ
ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡ଼ା, କଳାହାଣ୍ଡିରେ ନିର୍ବାଚନ ପ୍ରଚାର କରିବେ। ମଧ୍ୟାହ୍ନ ସାଢ଼େ ୧୨ଟାରେ ନବୀନ ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନ ଯୋଗେ ନୂଆପଡ଼ା ଜିଲ୍ଲା ଗୋତମା ଏୟାରଷ୍ଟ୍ରିପଠାରେ ପହଞ୍ଚିବେ। ସେଠାରୁ ତରବୋଡ଼ ଅଭିମୁଖେ ଯିବେ। ଅପରାହ୍ଣ ୧ଟା ୫୦ରେ ତରବୋଡ଼ଠାରେ ଜନସାଧାରଣଙ୍କୁ ଉଦବୋଧନ ଦେବାର କାଯ୍ୟକ୍ରମ ରହିଛି। ସେଠାରୁ ଖରିଆର ଅଭିମୁଖେ ଯାତ୍ରା କରିବେ। ପରେ ଖରିଆରରୁ ହାଇଟେକ ବସରେ ବସି ଭବାନୀପାଟଣା, ସିନାପାଲି, ଗୋଲାମୁଣ୍ଡା, ଧର୍ମଗଡ଼ ଓ ଜୁନାଗଡ଼ରେ ରୋଡ ସୋ’ କରିବେ ନବୀନ। ଏପ୍ରିଲ ୯ ଅର୍ଥାତ୍ ମଙ୍ଗଳବାର ୧୦ଟା ୪୦ରେ ମାଣିକେଶ୍ୱରୀ ମନ୍ଦିର ଯାଇ ଦର୍ଶନ କରିବେ। ସେଠାରୁ ଯାଇ ଜୟପାଟଣା ବ୍ଲକର ଅଁଲାଭଟା ନିକଟସ୍ଥ ଚାଚିକୁଡ଼ର ଦଶପଡ଼ାଠାରେ ଜନସାଧାରଣଙ୍କୁ ଉଦବୋଧନ ଦେବେ।

ଆସନ୍ତାକାଲି ସରିବ ପ୍ରଥମ ପର୍ଯ୍ୟାୟ ଲାଗି ନିର୍ବାଚନୀ ପ୍ରଚାର
ଏପ୍ରିଲ୍ ୧୧ରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ। ପ୍ରଥମ ପର୍ଯ୍ୟାୟ ପାଇଁ ମଙ୍ଗଳବାର ଶେଷ ହେଉଛି ନିର୍ବାଚନୀ ପ୍ରଚାର। ୪ଟି ଲୋକସଭା ଆସନ ଓ ୨୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ଶେଷ ମୁହୂର୍ତ୍ତରେ ସମସ୍ତ ପ୍ରାର୍ଥୀ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁରରେ ଭୋଟ୍ ଗ୍ରହଣ କରାଯିବ। ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀ ନିଜ ନିଜ ପ୍ରଚାର ଜୋରଦାର କରୁଛନ୍ତି।

ଏପ୍ରିଲ ୧୧ରେ ପ୍ରଥମ ଦଫା ଭୋଟ – ଜାଣନ୍ତୁ କେଉଁ ପ୍ରାର୍ଥୀ ଧନୀ, କିଏ ଗରିବ?
ଏପ୍ରିଲ ୧୧ ହେବ ପ୍ରଥମ ପର୍ଯ୍ୟାୟ ଭୋଟ। ଏଥିପାଇଁ ପ୍ରାର୍ଥିପତ୍ର ଦାଖଲ କରି ପ୍ରାର୍ଥୀ ପ୍ରଚାରରେ ମାତିଥିବା ବେଳେ ଇଲେକ୍ସନ ୱାଚ ପକ୍ଷରୁ ପ୍ରକାଶ ପାଇଥିବା ଏଡିଆର୍ ରିପୋର୍ଟରେ ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି। ଇଲେକ୍ସନ ୱାଚର ତଥ୍ୟରୁ ଜଣାପଡ଼ିଛି ଯେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରାର୍ଥିପତ୍ର ଦାଖଲ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଭି ଚନ୍ଦ୍ରଶେଖର ନାଇଡୁ ହେଉଛନ୍ତି ସବୁଠୁ ଧନୀ।



















