ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

Election Update 7PM

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

୧୬ରେ ଓଡ଼ିଶା ଆସିବେ ମୋଦି, ଭୁବନେଶ୍ୱରରେ କରିବେ ରୋଡ୍‌ ସୋ

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନକୁ ଦୃଷ୍ଟିରେ ରଖି ଆସନ୍ତା ୧୬ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଗସ୍ତରେ ମୋଦି ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ଏକ ରୋଡ୍‌ ସୋ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି।

ଆସନ୍ତାକାଲି ଓଡ଼ିଶା ଆସିବେ ଯୋଗୀ ଆଦିତ୍ୟନାଥ

ଆସନ୍ତାକାଲି ଓଡ଼ିଶା ଆସିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଆଗାମୀ ୩ଟି ପର୍ଯ୍ୟାୟ ନିର୍ବାଚନ ପାଇଁ ଯୋଗୀ ଅଦିତ୍ୟନାଥ ଓଡ଼ିଶାରେ ପ୍ରଚାର କରିବେ। ସୋମବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଯୋଗୀ ରାଉରକେଲା, ଅନୁଗୁଳ ଓ ଫୁଲବାଣୀରେ ନିର୍ବାଚନ ରାଲି କରିବେ। ଏନେଇ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ପୁଣି ଉଠିଲା ଇଭିଏମ୍ ବିବାଦ

ଥମ ପର୍ଯ୍ୟାନ ନିର୍ବାଚନ ସରୁସରୁ ପୁଣିଥରେ ଏବେ ଇଭିଏମ ବିବାଦ ମୁଣ୍ଡ ଟେକିଛି। ବିରୋଧୀ ଦଳଗୁଡ଼ିକ ଏହି ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏନେଇ ଅଭିଯୋଗ କରିଛନ୍ତି। ବିରୋଧୀଙ୍କ ଅଭିଯୋଗ, “ଭୋଟ ସମୟରେ ଇଭିଏମ୍ ଠିକରେ କାମ କରୁନଥିଲା। ଭୋଟ କୌଣସି ଏକ ଅଲଗା ଦଳର ନେତାଙ୍କ ପାଖକୁ ଯାଉଥିଲା। ଏପରିକି ଭୋଟିଂ ମେସିନରେ କିଛି ବଟନ୍ ଖରାପ ଥିଲା।”

କଟକ ଲୋକସଭା ଆସନ, ହେବିୱେଟ୍ ନେତାଙ୍କ ମଧ୍ୟରେ ହେବ ରୋମାଞ୍ଚକର ଲଢେଇ

ଟକ ଲୋକସଭା ଆସନରେ ନିର୍ବାଚନୀ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ଏପ୍ରିଲ ୨୩ରେ ମତଦାନ ହେବାକୁ ଥିବା କଟକ ସଂସଦୀୟ ଆସନ ପାଇଁ ମୋଟ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାକୁ ଓହ୍ଲାଇଛନ୍ତି। ଏହି ଆସନ ନିମନ୍ତେ ବିଜେଡି ପକ୍ଷରୁ ୫ ଥରର ସାଂସଦ ଭର୍ତ୍ତୃହରି ମହତାବ ପୁଣି ପ୍ରାର୍ଥୀ ହୋଇଛନ୍ତି। ଅପରପକ୍ଷରେ ବିଜେପି ଆଇପିଏସ ଅଧିକାରୀ ତଥା ରାଜ୍ୟର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ରଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ଦଳରୁ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ପ୍ରାର୍ଥୀ ହୋଇଛନ୍ତି। ଏହି ଲୋକସଭା ଆସନରେ ତିନି ହେବିୱେଟ୍ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରତିଦ୍ୱନ୍ଦିତା ବେଶ୍ ରୋମାଞ୍ଚକର ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରଦାନ କରିଛନ୍ତି।

ସୁନ୍ଦରଗଡ ଲୋକସଭା ଲଢ଼େଇ : ଦୁଇ ପୁରୁଖା, ଜଣେ ନବଗତା

ଏପ୍ରିଲ ୧୮ ରେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ୫ଲୋକସଭା ସହ ୩୫ ବିଧାନସଭା ଆସନ ଲାଗି ଏଥର ନିର୍ବାଚନ ହେବ। ଦ୍ବିତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼ ରାଜନୀତିରେ ଏଥର ଦେଖିବାକୁ ମିଳିବ ତ୍ରିମୁଖୀ ଲଢ଼େଇ। କାରଣ ବିଜେପି, କଂଗ୍ରେସ ଓ ବିଜେଡିର ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଛି। ବିଜେପି ଏଥର କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମଙ୍କୁ ରିପିଟ୍ କରିଛି। ସେହିପରି ଜୁଏଲଙ୍କୁ ଟକ୍କର ଦେବାଲାଗି ବିଜେଡି କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା ସୁନୀତା ବିଶ୍ବାଳଙ୍କୁ ଦଳ ପ୍ରାର୍ଥୀ କରିଛି। ଏହାରି ଭିତରେ ବିଜେଡି ଓ ବିଜେପିକୁ ଚେକ୍ ଦେବାଲାଗି କଂଗ୍ରେସ ପ୍ରାର୍ଥୀ କରିଛି ଆଦିବାସୀ ନେତା ଜର୍ଜ ତିର୍କୀଙ୍କୁ।

ନବୀନ ପଚାରିଲେ – ‘‘ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ?’’

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଶପଲ୍ଲା ସଭାରୁ ଆଜି ସିଧାସଳଖ ବିଜେପିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ପ୍ରଶ୍ନ କରି ବିଜେପି ଶିବିରକୁ ତୀର ମାରିଛନ୍ତି ନବୀନ। ଏପଟେ ନବୀନଙ୍କ ପ୍ରଶ୍ନର ଉତ୍ତର ରଖିଛି ବିଜେପି। ବିଜେପିର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ ନବୀନଙ୍କ ଜବାବ ଦେଇ କହିଛନ୍ତି ଯେ ’ସାଢ଼େ ୪ କୋଟି ଓଡ଼ିଶାବାସୀ ହେଉଛନ୍ତି ଆମ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ’।

ହିଞ୍ଜିଳିରେ ନବୀନ ବନାମ୍ ପିତାମ୍ବର

ନବୀନ ପଟ୍ଟନାୟକ ଏଥର ଦୁଇଟି ଆସନରୁ ନିର୍ବାଚନ ଲଢୁଛନ୍ତି। ଗୋଟିଏ ସେ ପୂର୍ବରୁ ଲଢ଼ି ଆସୁଥିବା ଆସନ ହିଞ୍ଜିଳି ଓ ଅନ୍ୟଟି ହେଉଛି ପଶ୍ଚିମ ଓଡ଼ିଶାର ବିଜେପୁର ଆସନ। ହିଞ୍ଜିଳି ଲାଗି ନବୀନ ପ୍ରଚାର କରୁଛନ୍ତି। ସେପଟେ ହିଞ୍ଜିଳି ଲାଗି ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଜେପି ପ୍ରାର୍ଥୀ ହେଉଛନ୍ତି ପିତାମ୍ବର ଆଚାର୍ଯ୍ୟ। ସେ ଏବେ ଭାରତୀୟ ଜନତା ପାର୍ଟିର ଉପସଭାପତି ଭାବେ ଦାୟିତ୍ୱ ତୁଲାଉଛନ୍ତି।

ସ୍ୱାମୀ ମଇଦାନରେ ସ୍ତ୍ରୀ ପ୍ରଚାରରେ

ଏପ୍ରିଲ ୧୮ ରେ ଦ୍ୱୀତିୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ହେବ। ଯେଉଁଥିପାଇଁ ପ୍ରାର୍ଥିମାନେ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି। ପ୍ରଚାରକୁ ନେଇ ବଲାଙ୍ଗିରିରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ବଲାଙ୍ଗିରି ବିଧାନସଭା ଆସନ ଲାଗି ବିଜେପି ଏଥର ନୂଆମୁହଁ ଦେଇଛି। ଅନନ୍ତ ଦାସଙ୍କୁ ବିଜେପି ବଲାଙ୍ଗିର ଲାଗି ପ୍ରାର୍ଥୀ କରିଛି। ଅନନ୍ତ ପୂର୍ବରୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଅନନ୍ତଙ୍କୁ ପ୍ରାର୍ଥୀ ଘୋଷଣା କରିବାର କିଛିଦିନ ମଧ୍ୟରେ ତାଙ୍କ ପତ୍ନୀ ବିଦୁସ୍ମୀତା ବିଜେପିରେ ସାମିଲ ହୋଇଥିଲେ। ଏହାପରେ ସେ ବଲାଙ୍ଗିରିରେ ନିଜ ସ୍ୱାମୀଙ୍କ ଲାଗି ପ୍ରଚାର କରୁଛନ୍ତି।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ସୋନପୁର : କକା -ପୁତୁରା ଲଢ଼େଇ

ବିଜେଡିର ‘ସଫ୍ଟ ଟାର୍ଗେଟ’ ଧର୍ମେନ୍ଦ୍ର!

୨୦୧୯ ନିର୍ବାଚନ : ବାପା-ପୁଅ-ସ୍ତ୍ରୀ-ଝିଅ ରାଜନୀତି

କାହାର ହେବ କନ୍ଧମାଳ?

ବାରବାଟୀ-କଟକ ବିଧାନସଭା ଆସନ: ତିନି ନେତାଙ୍କ ମଧ୍ୟରେ କଡ଼ା ଟକ୍କର

Comment