ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

 

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ସିଲଭର ସିଟି କଟକରେ ଗଡ଼ିଲା ହାଇଟେକ ବସ୍, ନବୀନ କଲେ ପ୍ରଚାର

ବ୍ରହ୍ମପୁର, ବଲାଙ୍ଗିର, ବରଗଡ଼, ରାଉରକେଲା ଏବଂ ରଘୁନାଥପାଲିରେ ନବୀନଙ୍କ ହାଇଟେକ ବସ୍ ଗଡ଼ିବା ପରେ ଆଜି ସିଲଭର ସିଟି କଟକରେ ଗଡ଼ିଛି। ବୁଧବାର ଅପରାହ୍ଣରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଟକରେ ରୋଡ ସୋ’ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ଅପରାହ୍ଣ ପ୍ରାୟ ସାଢ଼େ ୪ଟାରୁ ନବୀନ ଆରମ୍ଭ କରିଥିଲେ ରୋଡ ସୋ’। ହାଇଟେକ ବସରେ ବସି ନବୀନ ସିଡିଏ, ସତୀଚଉରା, ଚଣ୍ଡି ମନ୍ଦିର ଛକ ଆସିଥିଲେ। ବାରବାଟୀ ଷ୍ଟାଡିୟମ, ରିଙ୍ଗରୋଡ୍ ପରିକ୍ରମା କରି ଭୋଟ ମାଗିଥିଲେ। କଟକର ପ୍ରାୟ ୪୦ରୁ ଅଧିକ ଛକ ଦେଇ ନବୀନଙ୍କ ହାଇଟେକ ବସ୍ ଗଡ଼ିଥିଲା। ପ୍ରତି ଛକରେ ନବୀନଙ୍କୁ ଅପେକ୍ଷା କରି ରହିଥିଲେ ଲୋକେ।

Courtesy: Odisha Suntimes

ମାଓବାଦୀଙ୍କ ବର୍ବରକାଣ୍ଡ, ପୋଲିଂ ସୁପରଭାଇଜର ସଂଯୁକ୍ତା ଦିଗଲଙ୍କୁ ଗୁଳିକରି ହତ୍ୟା

ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ କରିବା ପୂର୍ବରୁ ମାଓବାଦୀଙ୍କ ବର୍ବରକାଣ୍ଡ। ଫୁଲବାଣୀ ଜିଲ୍ଲାରେ ମାଓବାଦୀମାନେ ଜଣେ ମହିଳା ପୋଲିଂ ସୁପରଭାଇଜରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ପୋଲିଂ କର୍ମଚାରୀଙ୍କ ନାଁ ହେଉଛି ସଂଯୁକ୍ତା ଦିଗଲ। ପୋଲିଂ ବୁଥ୍‌କୁ ଯାଉଥିବା ସମୟରେ ବାଟରେ ମାଓବାଦୀମାନେ ସଂଯୁକ୍ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି।

ଠାକୁରମୁଣ୍ଡାରେ ଦଳୀୟ କର୍ମୀଙ୍କ ପାଇଁ ପ୍ରଚାର କଲେ ନବୀନ

ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳର ପ୍ରଚାର ଅଭିଯାନ ଜୋରଦାର ହେଉଛି। ବୁଧବାର ପୂର୍ବାହ୍ନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କରଞ୍ଜିଆ ନିର୍ବାଚନ ମଣ୍ଡଳୀର ଠାକୁରମୁଣ୍ଡାଠାରେ ଏକ ନିର୍ବାଚନୀ ସଭାରେ ଦଳୀୟ କର୍ମୀମାନଙ୍କୁ ଉଦବୋଧନ ଦେଇଛନ୍ତି।

ଢେଙ୍କାନାଳରେ ଗର୍ଜିଲେ ଅମିତ ଶାହ – କହିଲେ, ‘‘ଓଡ଼ିଶାରେ ଚାଲିଛି ‘ବାବୁ’ ରାଜ୍’’

‘‘ଓଡ଼ିଶାରେ ଚାଲିଛି ‘ବାବୁ’ ରାଜ। ବାବୁ ରାଜକୁ ଶେଷ କରିବାକୁ ପଡ଼ିବ। ଏଠାରେ ଭାରତୀୟ ଜନତା ପାର୍ଟିର ସରକାରକୁ ଆଣିବାକୁ ପଡ଼ିବ’’, କହିଛନ୍ତି ଅମିତ ଶାହ। ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଆଜି ଢେଙ୍କାନାଳରେ ନିର୍ବାଚନ ପ୍ରଚାର କରିଛନ୍ତି। ବିଜେଡି ଏବଂ କଂଗ୍ରେସକୁ ନିଶାନା କରିଛନ୍ତି। ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି ଶାହ।

ନବୀନଙ୍କ ହେଲିକପ୍ଟରକୁ ଯାଞ୍ଚ କଲେ ଫ୍ଲାଇଂ ସ୍କ୍ୱାର୍ଡ ଟିମ୍

ନବୀନ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ ରାଉରକେଲାରେ ପ୍ରଚାର କରିଥିଲେ। ରାଉରକେଲାରେ ନବୀନ ପହଞ୍ଚିବା ପରେ ତାଙ୍କ ହେଲିକପ୍ଟରକୁ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ ଟିମ୍ ଯାଞ୍ଚ କରିଥିଲେ। ନବୀନଙ୍କର ପ୍ରତିଟି ଜିନିଷକୁ ସେମାନେ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ବିଜେଡି ସଭାପତି ଶେଷ ପର୍ଯ୍ୟନ୍ତ ଫ୍ଲାଇଂ ସ୍କ୍ୱାର୍ଡ ଟିମ୍‌କୁ ସହଯୋଗ କରିଥିଲେ। ଶେଷରେ ନବୀନ ପଟ୍ଟନାୟକ ଅଧିକାରୀଙ୍କୁ ଧନ୍ୟବାଦ ବି ଦେଇଥିଲେ।  ନବୀନଙ୍କ ହେଲିକପ୍ଟର ଯାଞ୍ଚ ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ – ମାଓ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ହେବ। ୫ଲୋକସଭା ଆସନ ସହ ୩୫ବିଧାନସଭା ଆସନ ଲାଗି ଭୋଟଗ୍ରହଣ ହେବ। ଏନେଇ ଏହି କ୍ଷେତ୍ରମାନଙ୍କରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମାଓ ପ୍ରବଣ ଅଞ୍ଚଳ କନ୍ଧମାଳ ଓ ବଲାଙ୍ଗିରରେ ସୁରକ୍ଷା ବ୍ୟବସ୍ଥା ପ୍ରତି ଅଧିକ ଧ୍ୟାନ ଦିଆଯାଇଛି। ବଲାଙ୍ଗିର ଜିଲ୍ଲାର ଲାଠୋର, ଲରମ୍ଭା ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ସମ୍ବେଦନଶୀଳ ବୁଥମାନଙ୍କରେ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି।

ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ନେଇ କେରଳରେ ପ୍ରଚାର ଆରମ୍ଭ କଲେ ରାହୁଲ

କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି କେରଳ ଗସ୍ତ କରିଥିଲେ। ଗସ୍ତକରି ସେ ଥିରୁନେଲି ମନ୍ଦିର ଯାଇଥିଲେ। ଏହି ମନ୍ଦିରରେ ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ରାହୁଲ ଏହି ସମୟରେ ଧୋତି ପିନ୍ଧିଥିଲେ ଅର୍ଥାତ ପାରମ୍ପରିକ ପରିପାଟିରେ ସେ ଭଗବାନ ବିଷ୍ଣୁଙ୍କୁ ଦର୍ଶନ କରିବା ସହ ପୂଜା କରିଛନ୍ତି। ରାହୁଲଙ୍କ ସହିତ ଏହି ସମୟରେ ତାଙ୍କର କିଛି ସମର୍ଥକ ରହିଥିଲେ।

ଆସନ୍ତାକାଲି ୭୬ଲକ୍ଷ ୯୩ହଜାରରୁ ଅଧିକ ଭୋଟର ମତଦାନ ସାବ୍ୟସ୍ତ କରିବେ

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ହେବ। ୫ଲୋକସଭା ଆସନ ସହ ୩୫ବିଧାନସଭା ଆସନ ଲାଗି ଭୋଟଗ୍ରହଣ ହେବ। ଏହା ପୂର୍ବରୁ ଆଜି ମତଦାନ ନେଇ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥିରେ ନିର୍ବାଚନ ନେଇ ସମସ୍ତ ତଥ୍ୟ ଦିଆଯାଇଛି। ୫ଲୋକସଭା ଆସନ ଲାଗି ୩୫ ଓ ୩୫ ବିଧାନସଭା ଆସନ ଲାଗି ମଇଦାନରେ ୨୪୪ଜଣ ପ୍ରାର୍ଥୀ ଅଛନ୍ତି। ଯେଉଁମାନଙ୍କ ଭାଗ୍ୟ ପରୀକ୍ଷା କରିବେ ଜନତା ଜାନାର୍ଦ୍ଦନ। ୨୪୪ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରୁ ୨୧୯ ପୁରୁଷ ଓ ୫ଜଣ ମହିଳା ଅଛନ୍ତି। ଏଥର ମୋଟ ୭୬ ଲକ୍ଷ ୯୩ହଜାର ୧୨୩ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ଥ କରିବେ।

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଲାଗି ବୁଥରେ ପହଞ୍ଚୁଛନ୍ତି

ଆସନ୍ତା କାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଏହି ପର୍ଯ୍ୟାୟରେ ରାଜ୍ୟରେ ୫ ଟି ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ଆସ୍କା ଓ ତା’ ଅଧୀନରେ ଥବା ୩୫ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ।

ପଶ୍ଚିମ ଓଡ଼ିଶାର ପାଞ୍ଚ ଆସନ ଉପରେ ସମସ୍ତଙ୍କ ନଜର

ଆସନ୍ତା କାଲି ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ୫ଟି ଆସନ ଉପରେ ସମସ୍ତଙ୍କର ନଜର ଅଟକିଛି। ଏଗୁଡ଼ିକ ହେଲା ବ୍ରଜରାଜନଗର, ଝାରସୁଗୁଡ଼ା, ତଳସରା, ସୁନ୍ଦରଗଡ଼ ଓ ବିରମିତ୍ରପୁର। ୨୦୧୪ ନିର୍ବାଚନରେ ଏହି ୫ ଆସନ ଭିତରୁ କଂଗ୍ରେସକୁ ୪ ଆସନ ମିଳିଥିବା ବେଳେ ସମତା କ୍ରାନ୍ତି ଦଳର ଜର୍ଜ ତିର୍କୀ ବିରମିତ୍ରପୁର ଆସନରେ ବିଜୟୀ ହୋଇଥିଲେ। ଏହି ୫ ନିର୍ବାଚନ ମଣ୍ଡଳୀ ଭିତରୁ ବ୍ରଜରାଜନଗର ଓ ଝାରସୁଗୁଡ଼ା ସାଧାରଣ ବର୍ଗଙ୍କ ଆସନ। ସୁନ୍ଦରଗଡ଼, ତଳସରା ଓ ବିରମିତ୍ରପୁର ଏସଟିଙ୍କ ପାଇଁ ସଂରକ୍ଷିତ।

ରାମଦେବଙ୍କ ୟୁ-ଟର୍ଣ୍ଣ!

ମଙ୍ଗଳବାର ଯୋଗଗୁରୁ ବାବା ରାମଦେବ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ଦେଶ ସୁରକ୍ଷିତ ଅଟେ। ଜୟପୁର ଆସନ ଲାଗି ବିଜେପି ପ୍ରାର୍ଥୀ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ପ୍ରାର୍ଥିପତ୍ର ଦାଖଲ ବେଳେ ଉପସ୍ଥିତ ରହି ଏଭଳି ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି।

ବିଜେପି ସରକାରକୁ ଆସିଲେ ମଙ୍ଗୁଳି ଜେନାଙ୍କୁ ନ୍ୟାୟ ମିଳିବ – ମୋଦି

ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜିତ ବିଶାଳ ବିଜୟ ସଂକଳ୍ପ ସମାବେଶରେ ଖୋର୍ଦ୍ଧା ଜିଲ୍ଲା ୯ ନମ୍ବର ଜୋନର  ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ମନେପକାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଘଟଣାକୁ ସେ ନିନ୍ଦା କରିବା ସହ ମଙ୍ଗୁଳିଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

ଆସନ୍ତାକାଲି ଦ୍ଵିତୀୟ ପର୍ଯ୍ୟାୟ ମତଦାନ

ଆସନ୍ତାକାଲି ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଦେବ। ୫ ଲୋକସଭା ସହ ୩୫ ବିଧାନସଭା ଆସନ ଲାଗି ଭୋଟଗ୍ରହଣ ହେବ। ୫ ଲୋକସଭା ଆସନ ଲାଗି  ୩୫ ପ୍ରାର୍ଥୀ ୩୫ ବିଧାନସଭା ଆସନଲାଗି ୨୪୪ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ଜନାର୍ଦ୍ଦନ। ଦ୍ଵିତୀୟ ପର୍ଯ୍ୟାୟ ଭୋଟ ପାଇଁ ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ କରୁଛନ୍ତି ସରକାର। ପୁଲିଂ ପାର୍ଟି ଧିରେ ଧିରେ ବୁଥରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଯେଉଁ ବୁଥ ଗୁଡ଼ିକ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ଅଛି ସେଠାକୁ କଡ଼ା ସୁରକ୍ଷା ମଧ୍ୟରେ ପୁଲିଂ ପାର୍ଟିଗୁଡ଼ିକୁ ପଠାଯାଉଛି।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ବରଗଡ଼ – ଭୋଟର କ’ଣ ଚିନ୍ତା କରୁଛନ୍ତି?

ଓଡ଼ିଶାରେ ବିଜେପି ହେବ ମୁଖ୍ୟ ବିରୋଧୀ ଦଳ?

ହଟ୍ ସିଟ୍ ହିଞ୍ଜିଳି – ନବୀନଙ୍କ ବିଜୟ ସୁନିଶ୍ଚିତ

ଏପ୍ରିଲ ୧୮ରେ ଭୋଟ – ହିଞ୍ଜିଳି ଉପରେ ସଭିଙ୍କ ଆଖି

Comment