ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନିକଟରେ ତାମିଲର ଲୋକପ୍ରିୟ ନିର୍ଦ୍ଦେଶକ କେ. ଭାଗ୍ୟରାଜ ଫିଲ୍ମ ଜଗତରେ ୪୦ ବର୍ଷ ପୂରଣ କରିଛନ୍ତି। ଏହି ଉପଲବ୍ଧି ପରେ ମେଗାଷ୍ଟାର ବିଗ୍ ବି ଅମିତାଭ ବଚ୍ଚନ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଭାଗ୍ୟରାଜଙ୍କ କାମର ପ୍ରଶଂସା ସହିତ ତାଙ୍କ ବ୍ୟକ୍ତିତ୍ୱର ମଧ୍ୟ ପ୍ରଶଂସା କରିଛନ୍ତି।

୧୯୮୬ରେ ପରଦାକୁ ଆସିଥିଲା ଅମିତାଭଙ୍କ ଫିଲ୍ମ ଆଖିର ରାସ୍ତା। ଯେଉଁ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ ଭାଗ୍ୟରାଜ। ବିଗ୍ ବି ନିଜ ବ୍ଲଗରେ ଏହି ଫିଲ୍ମ ନିର୍ମାତା ତଥା ଅଭିନେତାଙ୍କ ପ୍ରଶଂସା କରିଛନ୍ତି।

“ତାମିଲ ଫିଲ୍ମ ଜଗତରେ ଜଣେ ବହୁତ ଭଲ ବ୍ୟକ୍ତିତ୍ୱଙ୍କ ପାଇଁ ସନ୍ଦେଶ, ଜଣେ ଭଲ ନିର୍ଦ୍ଦେଶକ, ନିର୍ମାତା-ଅଭିନେତା ଫିଲ୍ମ ଜଗତର ସେବା ଲାଗି ନିଜ ଜୀବନର ୪୦ ବର୍ଷ ଦେଇସାରିଲେଣି।” କହିଛନ୍ତି ଅମିତାଭ

ଭାଗ୍ୟରାଜଙ୍କ ସହ ଏହି ଫିଲ୍ମ ଅମିତାଭ ପାଖାପାଖି ୩୩ବର୍ଷ ପୂର୍ବରୁ କରିଥିଲେ। ମାତ୍ର ୩୩ବର୍ଷ ପରେ  ସେ ଏହି ନିର୍ଦ୍ଦେଶକଙ୍କୁ ମନେ ରଖିଛନ୍ତି। ତାହା ସହିତ ନିଜ ବ୍ଲଗ ମାଧ୍ୟରେ ତାଙ୍କ କାମକୁ ପ୍ରଶଂସା ବି କରିଛନ୍ତି। ଯାହା ପରେ ଅମିତାଭଙ୍କ ଫ୍ୟାନ ମାନେ ଅନେକ ପ୍ରଶଂସା କରୁଛନ୍ତି।

୭୬ବର୍ଷିୟ ଅମିତାଭ ବଚ୍ଚନ କହିଥିଲେ କି, “’ଆଖିର ରାସ୍ତା’ ଫିଲ୍ମ ମୋ ଜୀବନର ଏକ ସ୍ମୁତି। ଏହା ଏକ ତାମିଲ ଫିଲ୍ମର ରିମେକ ଥିଲା ମାତ୍ର ଫିଲ୍ମର ଏକ ପାର୍ଟ ହୋଇ ମୋତେ ଅନେକ ଖୁସି ଲାଗୁଛି।”

Comment