ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ବିଗ୍‌ ବି ଅମିତାଭ ବଚ୍ଚନ ଆଜି ୫୦ ବର୍ଷ ପୂରଣ କରିଛନ୍ତି। ୧୯୬୯ ମସିହା ଆଜିର ଦିନରେ ଅମିତାଭଙ୍କ ଅଭିନୀତ ପ୍ରଥମ ଫିଲ୍ମ ସାତ ହିନ୍ଦୁସ୍ତାନୀ ରିଲିଜ ହୋଇଥିଲା। ଏହି ଫିଲ୍ମ ପାଇଁ ଅମିତାଭ ମାତ୍ର ୫ ହଜାର ଟଙ୍କା ପାରିଶ୍ରମିକ ନେଇଥିଲେ।

ଫିଲ୍ମ ଦୁନିଆରେ ୫୦ ବର୍ଷ ପୂରଣ କରିବା ଅବସରରେ ବିଭିନ୍ନ ମହଲରୁ ଅମିତାଭଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

ଅଭିଷେକ ବଚ୍ଚନ ଟୁଇଟ କରି ବାପାଙ୍କ ପାଇଁ ଏକ ଇମୋସନାଲ ପୋଷ୍ଟ କରିଛନ୍ତି। ”ଫିଲ୍ମରେ ୫୦ ବର୍ଷ ବିତି ଯାଇଛି। ଆଗାମୀ ୫୦ ବର୍ଷକୁ ଆମେ ଅପେକ୍ଷା କରିଛୁ”, ଅଭିଷେକ ତାଙ୍କ ଟୁଇଟରେ ଲେଖିଛନ୍ତି।

୧୯୬୯ରୁ କ୍ୟାରିୟର ଆରମ୍ଭ କରିଥିବା ବିଗ ବି ତାଙ୍କ କ୍ୟାରିୟର ଭିତରେ ଅନେକ ସୁପରହିଟ୍‌ ଫିଲ୍ମ ଦର୍ଶକକୁ ଭେଟି ଦେଇଛନ୍ତି।

Comment