ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଲୋକପ୍ରିୟ ଯୋଡି ଅଭିଷେକ ବଚ୍ଚନ-ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିବାହକୁ ଆଜି ୧୨ବର୍ଷ ପୁରୁଛି। ଅଭି ଓ ଐଶ୍ୱ ନିଜର ଝିଅ ଆରାଧ୍ୟା ସହ ମାଳଦୀପରେ ବିବାହ ବାର୍ଷିକୀ ସେଲିବ୍ରେଟ କରୁଛନ୍ତି।

ଗୁରୁବାର ଏହି କ୍ୟୁଟ୍ ଫ୍ୟାମିଲକୁ ମୁମ୍ବାଇ ବିମାନବନ୍ଦରରେ ସ୍ପଟ କରାଯାଇଥିଲା। ଏହାପରେ ସେମାନଙ୍କର ସେଲିବ୍ରେଟର ଫଟୋ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି।

ଅଭିଷେକ ଶେୟାର କରିଥିବା ଏକ ଫଟୋରେ କ୍ୟାପସନ ଦେଇଛନ୍ତି କି, “ହନି ଓ ମୁନ୍”। ଏହାପରେ ଆଉ ଏକ ଫଟୋ ଶେୟାର କରିଛନ୍ତି ଅଭିଷେକ। ଯାହା ସେମାନେ ଏକ ସମୁଦ୍ର ପାଖରେ ଥିବା ଦେଖିବାକୁ ମିଳିଛି।

ସେପଟେ ଐଶ୍ୱର୍ଯ୍ୟା ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି, “ଆମ ଜୀବନର ସାଥ ଆମ ଦିବ୍ୟ ଆଲୋକରୁ ହିଁ ଜଣାପଡ଼ୁଛି। ଲଭ ୟୁ ଆରାଧ୍ୟା।”

ଐଶ୍ୱ ଓ ଅଭିଙ୍କ ଫ୍ୟାନ ସେମାନଙ୍କ୧୨ତମ ବିବାହ ବାର୍ଷିକୀରେ ଉଭୟଙ୍କୁ ଶୁଭେଛା ଜଣାଇଛନ୍ତି।

Comment