ଓଡ଼ିଶାଲାଇଭ ବ୍ୟୁରୋ

ଦିନକ ପରେ ତୃତୀୟ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଭୁବନେଶ୍ୱର, ପୁରୀ, ସମ୍ବଲପୁର, କଟକ, ଢେଙ୍କାନାଳ ଓ କେନ୍ଦୁଝର ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନରେ ମତଦାନ ହେବା ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ଆଜି ପ୍ରଚାର ମଧ୍ୟ ସରୁଛିା

ଏଥିଲାଗି ବୁଥ୍ ଅଭିମୁଖେ ପୋଲିଂ କର୍ମଚାରୀ ମଧ୍ୟ ବାହାରି ସାରିଛନ୍ତିା ବୁଥରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ମତଦାନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛିା

ତୃତୀୟ ପର୍ଯ୍ୟାୟ ମତଦାନରେ ଉଭୟ ଲୋକସଭା ଓ ବିଧାନସଭା ଲାଗି ୪୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବା  ଗତ ନିର୍ବାଚନରେ ଏହି ୬ଟି ଯାକ ଲୋକସଭା ଆସନ ପୋଛି ନେଇଥିଲା ବିଜେଡି। ସେହିପରି ୪୨ଟି ବିଧାନସଭା ଆସନରୁ ବିଜେଡି ୩୮ଟିରେ ବାଜିମାତ କରିଥିଲା।

ଏଥର କିଏ ଏହି ଆସନରେ ବାଜିମାତ କରିବ ତାହା ମେ ୨୩ରେ ଜଣାପଡ଼ିବା

Comment