ଓଡ଼ିଶାଲାଇଭ୍‌ ବ୍ୟୁରୋ

EVM

ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଇଭିଏମ୍‌ ଭାଙ୍ଗିଦେଲେ ଲୋକେ। ବ୍ରହ୍ମଗିରିର ନିର୍ବାଚନମଣ୍ଡଳୀ କମାଶାସନର ୨୨୨ ନମ୍ବର ବୁଥ୍‌ରେ ଲୋକେ ଇଭିଏମ୍‌ ଭାଙ୍ଗି ଦେଇଥିବାର ଖବର ଆସିଛି। ଗୋଟିଏକୁ ଭୋଟ ଦେଲେ ଆଉ ଗୋଟିଏକୁ ଭୋଟ୍‌ ଯାଉଥିବାର ଅଭିଯୋଗ କରି ଲୋକେ ଇଭିଏମ୍‌ ମେସିନ୍‌ ଭାଙ୍ଗିଦେଇଛନ୍ତି।

ଇଭିଏମ୍‌ରେ ତ୍ରୁଟି ଥିବା ଅଭିଯୋଗ କରି ଉତ୍ୟକ୍ତ ଲୋକେ ମତଦାନ କେନ୍ଦ୍ର ଭିତରେ ଇଭିଏମ୍‌ ମେସିନ୍‌କୁ ଭଙ୍ଗାରୁଜା କରିବା ସହିତ ବୁଥ୍‌ରେ ହୋ ହଲ୍ଲା କରିବାର ଦେଖିବାକୁ ମିଳିଛି।

Comment