ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ମୋଦି ନବୀନ ସିଧାସଳଖ ମୁହାଁମୁହିଁ। ମୋଦିଙ୍କ ବାଲେଶ୍ୱର ସଭାର ଜବାବ ଦେଲେ ନବୀନ।

ରାଜ୍ୟରେ ସରିଛି ତିନୋଟି ପର୍ଯ୍ୟାୟରେ ଭୋଟ। ବାକି ରହିଛି ଗୋଟିଏ ପର୍ଯାୟ ଭୋଟ। ଶେଷ ପର୍ଯ୍ୟାୟରେ ୬ଲୋକସଭା ସହ ୪୨ ବିଧାନସଭା ଲାଗି ମତଦାନ ହେବ। ଅର୍ଥାତ ରାଜ୍ୟରେ ସରକାର ଗଢ଼ିବା ଲାଗି ଯେତିକି ବହୁମତ ଦରକାର ସେତିକି ଆସନ ଲାଗି ମତଦାନ ସରିଛି।

ଏହାପରେ ବିଜେପି, ବିଜେଡି ଓ କଂଗ୍ରେସର ଫକୋସରେ ଉତ୍ତର ଓଡ଼ିଶା ଉପରେ କାରଣ ଶେଷ ପର୍ଯ୍ୟାୟରେ ପ୍ରାୟତଃ ଉତ୍ତର ଓଡ଼ିଶାରେ ଆସୁଥିବା ଜିଲ୍ଲା ମାନଙ୍କର ନିର୍ବାଚନ ହେବ।

ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ବାଲେଶ୍ୱର ଓ ମୟୁରଭଞ୍ଜରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ନିର୍ବାଚନୀ ପ୍ରଚାରରେ ଅଛନ୍ତି। ନବୀନ ବାଲେଶ୍ୱର ରେମୁଣା ସଭାରେ ମୋଦିଙ୍କୁ ପରୋକ୍ଷରେ ଟାର୍ଗେଟ କରିବା ସହ ମୋଦିଙ୍କ ଗତକାଲି ପ୍ରଶ୍ନ ଉତ୍ତର ଦେଇଛନ୍ତି।

ବିଜେଡି ସଭାପତି କହିଛନ୍ତି, “ନୂଆ ସରକାର ହେବା ପରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ବୋଲି କହିଛନ୍ତି। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ବିଜେଡି ବହୁମତ ପାଇସାରିଲାଣି। ଲୋକଙ୍କ ଆଶୀର୍ବାଦରେ ବିଜେଡିକୁ ବହୁମତ ମିଳି ସାରଲାଣି। ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ନିମନ୍ତ୍ରଣ କରୁଛି। ପ୍ରଧାନମନ୍ତ୍ରୀଙ୍କୁ ଆସିବାକୁ ନମ୍ରତାର ସହ ଅନୁରୋଧ କରୁଛି।”

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରାପଡ଼ା ନିର୍ବାଚନୀ ସଭାରେ ବିଜେଡି ସଭାପତିଙ୍କୁ ଟାର୍ଗେଟ କରିଥିଲେ। ‘‘ଓଡ଼ିଶାରେ ଏଥର ନିର୍ବାଚନ ପ୍ରଚାରରେ ଆଜି ମୋର ଶେଷ ଦିନ। ଏହାପରେ ନୂଆ ସରକାର ଆସିଲେ ପୁଣି ଆସିବି। ଗତ ନିର୍ବାଚନରେ ଏ ଭଲପାଇବା ମତେ ମିଳିନଥିଲା, ଯାହା ଏଥର ମିଳୁଛି’’, କହିଛନ୍ତି ମୋଦି।

ଏହା ସହିତ ମୋଦି ଆହୁରି କହିଥିଲେ,“ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ମୁଁ ନବୀନ ବାବୁଙ୍କ ସମାଲୋଚନ କରିନଥିଲିା ମୁଁ ମୋ ମର୍ଯ୍ୟାଦା ପାଳନ କରିଥିଲିା ଏତେ ବର୍ଷ ଓଡ଼ିଶାରେ କାମ କଲେଣି, ଭଲରେ ଭଲରେ ରାଜନୀତିରୁ ବିଦାୟ ନିଅନ୍ତୁ ବୋଲି ଭାବିଥିଲି। ହେଲେ ଗତ ୧୦/୧୨ ଦିନ ଭିତରେ ଯେମିତି ହିଂସା ଚାଲିଛି, ଆଉ ନୁହେଁ। ଓଡ଼ିଶାରେ ସରକାର ବଦଳିବା ଦରକାରା’’, ସଭାରେ ନବୀନଙ୍କୁ ସିଧାସଳଖ ଆକ୍ରମଣ କରି ଏକଥା କହିଥିଲେ ମୋଦିା ନବୀନ ସରକାରରର କିଛି ଅଫିସର ଆଖିରେ ପଟି ବାନ୍ଧି ବସିଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ସୋ”।

ଉପରୋକ୍ତ ମୋଦି ଓ ନବୀନଙ୍କ ପ୍ରତିକ୍ରିୟାରୁ ଗୋଟିଏ କଥା ସ୍ପଷ୍ଟ କି ଏବେ ନିବାଚନୀ ମଇଦାନରେ କେବଳ ମୋଦି ଓ ନବୀନ।

Comment