ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘୁଞ୍ଚିଲା ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ମହାବିଦ୍ୟାଳୟର +୩ ଚତୁର୍ଥ ସେମିଷ୍ଟର ପରୀକ୍ଷା। ପରୀକ୍ଷା ଘୁଞ୍ଚାଇବା ଦାବୀରେ ଗୁରୁବାର ଛାତ୍ରଛାତୀମାନେ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଛାତ୍ରୀଙ୍କ ଦାବିକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷା ତାରିଖ ଘୁଞ୍ଚାଇଛନ୍ତି।

ମେ ୪ରୁ ଆରମ୍ଭ ହେବାକୁ ଥିବା ୪ର୍ଥ ସେମିଷ୍ଟରର ଥିଓରୀ ପରୀକ୍ଷା ବର୍ତ୍ତମାନ ଜୁନ୍‌ ୧୭କୁ ଘୁଞ୍ଚାଯାଇଛି। ସେହିପରି ଚତୁର୍ଥ ସେମିଷ୍ଟରର ପ୍ରାକ୍ଟିକାଲ ପରୀକ୍ଷା ଆସନ୍ତା ମେ ୪ରେ ହେବ ବୋଲି ଘୋଷଣା ହୋଇଛି। ଏନେଇ କଲେଜ ଡେଭେଲପମେଣ୍ଟ କାଉନସିଲର ନିର୍ଦ୍ଦେଶକ ସନ୍ତୋଷ ତ୍ରିପାଠୀ ସୂଚନା ଦେଇଛନ୍ତି।

Comment