ଓଡ଼ିଶାଲାଇଭ୍ ବ୍ୟୁରୋ

‘ଫନି’ ପାଇଁ ଆସନ୍ତାକାଲି ଇଣ୍ଡିଆ ଏୟାରଲାଇନ୍ସର ବିମାନ ବାତିଲ। ଭୁବନେଶ୍ୱର ଯାତାୟତ କରୁଥିବା ୨୪ ବିମାନ ବାତିଲ କଲା ଇଣ୍ଡିଗୋ।

ଭୟଙ୍କର ରୂପ ନେଇ ଓଡ଼ିଶାକୁ ମାଡ଼ି ଆସୁଛି ବାତ୍ୟା ‘ଫନି’। ପୁରୀଠାରୁ ମାତ୍ର ୩୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଘଣ୍ଟାକୁ ୧୬ କିଲୋମିଟର ବେଗରେ ଓଡ଼ିଶା ମୁହାଁ ହେଉଛି। ଏନେଇ ସବୁ ଇଣ୍ଡିଗୋ ବିମାନ ବାତିଲ ହୋଇଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ ଚଳାଚଳ ବନ୍ଦ କରାଯାଇଛି। ଭୁବନେଶ୍ୱର ଏୟାରପୋର୍ଟକୁ ଆସୁଥିବା, ଯାଉଥିବା ଇଣ୍ଡିଗୋ ବିମାନ ସବୁକୁ ବାତିଲ କରାଯାଇଛି।

‘ଫନି’ ୩ ତାରିଖ ସକାଳ ୧୦ରୁ ୧୨ଟା ମଧ୍ୟରେ ଲ୍ୟାଣ୍ଡଫଲ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେଥିପାଇଁ ଆଜି ବିଶାଖାପାଟଣାରେ ଇଣ୍ଡିଗୋ ବିମାନ ବାତିଲ ହୋଇଛି। କାଲି ଦିନକ ପାଇଁ ସମସ୍ତ ଇଣ୍ଡିଗୋ ବାତିଲ କରାଯାଇଥିବା ସୂଚନା ମିଳିଛି।

Comment