ଓଡ଼ିଶାଲାଇଭ୍ ବ୍ୟୁରୋ

‘ଫନି’ ପ୍ରଭାବିତଙ୍କୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ rebuild.odisha.gov.in ନାଁରେ ଓ୍ୱେବସାଇଟ୍ ଉଦଘାଟନ କରିଛନ୍ତି। ବାତ୍ୟା ପୀଡ଼ିତଙ୍କ ପାଇଁ ଯେଉଁମାନେ ସହାୟତା ଦେବାକୁ ଚାହୁଁଛନ୍ତି ସେମାନେ ଏହି ଓ୍ୱେବସାଇଟ୍ ମାଧ୍ୟମରେ ଦାନ ଦେଇ ପାରିବେ।

ଓଡ଼ିଶାକୁ ପନର୍ଗଠନ କରିବାର ଆହ୍ୱାନ ଦେଇ ଏହି ଓ୍ୱେବସାଇଟ୍ ଉନ୍ମୋଚନ କରାଯାଇଛି।

ଗତ ୩ ତାରିଖରେ ଭୟଙ୍କର ବାତ୍ୟା ଫନି ପୁରୀ ନିକଟରେ ସ୍ଥଳଭାଗ ଛୁଇଁଥିଲା। ପୁରୀ ସମେତ ୧୪ଟି ଜିଲ୍ଲାରେ ତାଣ୍ଡବ କରିଥିଲା ଫନି। ବିଶେଷକରି ପୁରୀ ଏବଂ ଭୁବନେଶ୍ୱରକୁ ଛାରଖାର କରି ଦେଇଛି ବାତ୍ୟା। ବିଦ୍ୟୁତ ଭିତ୍ତିଭୂମି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଯାଇଥିବା ବେଳେ ଘର ଭାଙ୍ଗି ଦେଇଛି ଫନିା ବଡ଼ ବଡ଼ ଗଛକୁ ଉପାଡ଼ି ଦେଇଛି। ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି।

ବହୁ ନାମୀ ଦାମୀ ଲୋକ ଏବଂ ସଂସ୍ଥା ଫନି ପୀଡ଼ିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରୁଛନ୍ତି।

ଏହି ଓ୍ୱେବ ସାଇଟରେ ସିଧାସଳଖ କୌଣସି ପ୍ରଭାବିତ ପ୍ରକଳ୍ପ ପାଇଁ ଟଙ୍କା ଦାନ କରିବାର ବ୍ୟବସ୍ଥା ରହିଛି। ଏହାସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମଧ୍ୟ ସହାୟତା ଦେବାର ବ୍ୟବସ୍ଥା କରାଯାଇଛି।

Comment