ଓଡ଼ିଶାଲାଇଭ ବ୍ୟୁରୋ

ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି ଦ୍ବାରା ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍ ମେ ୨୦ରେ ଅନୁଷ୍ଠିତ ହେବ।

ଡାକ୍ତରୀ ପାଠ୍ୟକ୍ରମ ଲାଗି ଏହି ପରୀକ୍ଷା ହେବାକୁ ଥିବାବେଳେ ଛାତ୍ରଛାତ୍ରୀମାନେ ଇ ଆଡମିଟ୍ କାର୍ଡ ବାହାର କରିବାକୁ ନିର୍ଦ୍ଦେଶ ରହିଛି।

ଛାତ୍ରଛାତ୍ରୀମାନେ www.ntaneet.nic.in ସାଇଟକୁ ଯାଇ ନାମ ପଞ୍ଜୀକରଣ ନମ୍ବର ଓ ଜନ୍ମ ତାରିଖ ଦେଇ ନିଜ ଆଡମିଟ୍ କାର୍ଡ ବାହାର କରିପାରିବେ।

୨ଟି ସିପ୍ଟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ପ୍ରଥମ ସିପ୍ଟ ୧୦ଟାରୁ ଦିନ ୧ଟା ଓ ଅନ୍ୟଟି ୨ଟାରୁ ୫ଟା ଯାଏଁ ଚାଲିବ। ମେ ୫ରେ ଦେଶରେ ନିଟ୍ ପରୀକ୍ଷୀ ଅନୁଷ୍ଠିତ ହୋଇଥିବା ବେଳେ ଫନି ପାଇଁ ଓଡ଼ିଶାରେ ଏହି ପରୀକ୍ଷାର ତାରିଖ ସ୍ଥିର କରାଯାଇନଥିଲା।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment