ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

୨୦୧୯ ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଯାଇଛି।୫୪୨ ଲୋକସଭା ଆସନ,ଓଡ଼ିଶାର ୧୪୬ ବିଧାନସଭା ଆସନ ଓ ଅନ୍ୟ ୩ଟି ରାଜ୍ୟର ଭୋଟ ଗଣତି ଆଗେଇ ଚାଲିଥିବା ବେଳେ ବିଭିନ୍ନ ରାଜ୍ୟରୁ ଆସୁଥିବା ଫଳ ଅନୁସାରେ ବିଜେପି ଆଗୁଆ ରହିଛି।

ସକାଳ ସାଢେ଼ ଆଠଟା ସୁଦ୍ଧା ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ୨୫୦ ସ୍ଥାନରେ ଆଗୁଆ ରହିଛନ୍ତି। ବିଜେପି ପଛକୁ କଂଗ୍ରେସ ରହିଛି। ପ୍ରାଥମିକ ସୂଚନା ଅନୁସାରେ କର୍ଣ୍ଣାଟକରେ ବିଜେପି ଅଧିକାଂଶ ଆସନରେ ଆଗେଇଛି। ସେହିଭଳି ଦିଲ୍ଲୀ ମଧ୍ୟ ବିଜେପି କବଜାକୁ ଆସିଛି। ଦିଲ୍ଲୀରେ ୭ଟି ଯାକ ଆସନରେ ବିଜେପି ପ୍ରାର୍ଥୀ ଆଗେଇଥିବା ଜଣାପଡିଛି।
ଉତ୍ତର ପ୍ରଦେଶରେ ବିଜେପିର ପ୍ରାର୍ଥୀ ମାନେ ପଛୁଆ ରହିଥିବା ବେଳେ ତାମିଲନାଡୁରେ କଂଗ୍ରେସ ଓ ଡିଏମକେ ପ୍ରାର୍ଥୀମାନେ ଭଲ କରୁଛନ୍ତି। ତେବେ ୨୦୧୪ ନିର୍ବାଚନ ତୁଳନାରେ ବିଜେପି ଏହିକ୍ଷଣି ଏତେ ଭଲ ସ୍ଥିତିରେ ନାହିଁ। କିନ୍ତୁ କଂଗ୍ରେସ ଭଲ କରିବା ଜଣାପଡ଼ିଛି।

Comment