ଓଡ଼ିଶାଲାଇଭ୍‌ ବ୍ୟୁରୋ

ରିଲିଜ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ପ୍ରତିକ୍ଷୀତ ବାୟୋପିକ ‘ପିଏମ୍‌ ନରେନ୍ଦ୍ର ମୋଦି’। ଗୋଟିଏ ପଟେ ଦେଶରେ ପୁଣି ଥରେ ମୋଦି ଲହର ଖେଳିଯାଥିବା ବେଳେ ‘ପିଏମ୍‌ ନରେନ୍ଦ୍ର ମୋଦି’ ଫିଲ୍ମ ଯେପରି ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ ଜଣାଉଛି।

ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ‘ପିଏମ୍‌ ନରେନ୍ଦ୍ର ମୋଦି’ ଫିଲ୍ମର ରିଲିଜ ଉପରେ ରୋକ ଲଗାଯାଇଥିଲା। ଏହା ପରେ ନିର୍ବାଚନର ପରଦିନ ଅର୍ଥାତ ମେ’ ୨୪ରେ ରିଲିଜ ହେବାକୁ ଘୋଷଣା ହୋଇଥିଲା। ବର୍ତ୍ତମାନ ମୋଦି ପୁଣି ଥରେ ସରକାର ଗଢ଼ିବାକୁ ଯାଉଥିବା ବେଳେ ଫିଲ୍ମଟି ରିଲିଜ ହୋଇଛି।

‘ମେରି କମ୍‌’ ଫିଲ୍ମର ନିର୍ଦ୍ଦେଶକ ଉମଙ୍ଗ କୁମାର ‘ପିଏମ୍‌ ନରେନ୍ଦ୍ର ମୋଦି’ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ପ୍ରଡ୍ୟୁସର ଆନନ୍ଦ ପଣ୍ଡିତ ଏହି ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି। ଫିଲ୍ମର ଡାଏଲୋଗ ଓ ସ୍କ୍ରିନ୍‌ପ୍ଲେ ସମ୍ଭାଳିଛନ୍ତି ଅନିରୁଦ୍ଧ ଚାୱଲା। ଫିଲ୍ମରେ ବିବେକ ଓବେରୟ ମୋଦିଙ୍କ ଭୂମିକାରେ ନଜର ଆସିଛନ୍ତି। ଅନ୍ୟ ଚରିତ୍ରରେ ବର୍‌ଖା ବିଷ୍ଟ, ବୋମାନ ଇରାନି ବିଭିନ୍ନ ଭୂମିକାରେ ନଜର ଆସିଛନ୍ତି।

Comment