ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଲୋକସଭା ଫଳାଫଳରେ ବିଜେପିକୁ ବହୁମତ ମିଳିଛି। ଏହାପରେ ଆସନ୍ତା ୩୦ରେ ମୋଦି ଦ୍ଵିତୀୟଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ସେପଟେ ନିର୍ବାଚନରେ ସଫଳତା ପରେ ମୋଦିଙ୍କୁ ପୂରା ଦୁନିଆରୁ ଶୁଭେଛାର ସୁଅ ଛୁଟୁଛି।

ଏହି ଅଭିନନ୍ଦନର ଧାରା ନିର୍ବାଚନ ଘୋଷଣା ହେବାର ୩ଦିନ ପରେ ବି ଜାରି ରହିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାମ୍ ଖାନ୍ ଫୋନ ମାଧ୍ୟମରେ ନରେନ୍ଦ୍ର ମୋଦିଙ୍କୁ ଶୁଭେଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଅଭିନନ୍ଦନ ଜଣାଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍ ଓ ନରେନ୍ଦ୍ର ମୋଦିଙ୍କ ସହିତ ଆଲୋଚନା କରିଛନ୍ତି। ଏହା ସହିତ ଦୁଇଦେଶର ଲୋକଙ୍କ ପାଇଁ ଏକାଠି କାମକରିବାର ଇଛା ପ୍ରକାଶ କରିଛନ୍ତି ଇମରାନ୍ ଖାନ୍। ଆଗାମୀ ମାସରେ ଏସସିଓ ଶିଖର ସମ୍ମିଳନୀ ପୂର୍ବରୁ ଦୁଇଦେଶର ପ୍ରଧାନମନ୍ତ୍ରୀଙ୍କ ଫୋନ ମାଧ୍ୟମରେ ଆଲୋଚନା ଅନେକ ଗୁରୁତ୍ଵ ରଖୁଛି।

Comment