ଓଡ଼ିଶାଲାଇଭ ବ୍ୟୁରୋ

ଋତୁସ୍ରାବ ଝିଅ ଓ ମହିଳାଙ୍କ ଶରୀରରେ ହେଉଥିବା ସାମାନ୍ୟ ପ୍ରକ୍ରିୟା। ଏକ ଆକଳନ ଅନୁସାରେ ଭାରତରେ ପ୍ରାୟ ୩୫ କୋଟି ୫୦ ଲକ୍ଷ ମହିଳା ରଜସ୍ୱଳା ହେଉଛନ୍ତି। ଋତୁସ୍ରାବ ସମୟରେ ପରିଚ୍ଛନ୍ନତା ସଂପର୍କରେ ଆଲୋଚନା କରାଯାଉନାହିଁ। ଯାହାଦ୍ୱାରା କି ମହିଳାମାନେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି। ଋତୁସ୍ରାବ ସମୟରେ କେଉଁ ରୋଗ ହେବାର ଆଶଙ୍କା ଥାଏ ସେ ସଂପର୍କରେ ଜାଣନ୍ତୁ।

ଡର୍ମାଟାଇଟିସ୍

ଋତୁସ୍ରାବ ସମୟରେ ପରିଚ୍ଛନ୍ନତା ଉପରେ ଧ୍ୟାନ ନଦେଲେ ତ୍ୱଚାରେ ଏକ ପ୍ରକାର ଆଲର୍ଜି ହୋଇଥାଏ। ଏହାକୁ ଡର୍ମାଟାଇଟିସ୍ କୁହାଯାଏ। ଏହାଯୋଗୁ ତ୍ୱଚା ଫୁଲିଯାଏ, ଲାଲ ହୋଇଯାଏ, କିଛି କ୍ଷେତ୍ରରେ ଫୋଟକା ବି ବାହାରେ।

ୟୁଟିଆଇ

ଯଦି ଏହି ସମୟରେ ୟୁରେଥ୍ରାରେ ବ୍ୟାକ୍ଟେରିଆ ପ୍ରବେଶ କରିଯାଆନ୍ତି ତା’ ହେଲେ ୟୁରିନାରୀ ଟ୍ରାକ୍ ଇନଫେକ୍ସନ୍ ବା ୟୁଟିଆଇ ହେବାର ଆଶଙ୍କା ସୃଷ୍ଟି ହୋଇଥାଏ। ଏହା ଏକ ଗୁରୁତର ରୋଗ କାରଣ ସମୟ ଥାଉ ଥାଉ ୟୁଟିଆଇର ଚିକିତ୍ସା କରାନ ଗଲେ ଏହା କିଡନିକୁ ପ୍ରଭାବିତ କରିଥାଏ।

ସର୍ଭାଇକାଲ୍ କ୍ୟାନସର

ଋତୁସ୍ରାବ ସମୟରେ ୟୁଟିଆଇ ଏବଂ ରିପ୍ରଡକ୍ଟିଭ ଟ୍ରାକ୍ ସଂକ୍ରମଣ ଯୋଗୁ ସର୍ଭାଇକାଲ କ୍ୟାନସର ହେବାର ଆଶଙ୍କା ବି ରହେ। ଏଚ୍ପିଭି ଭାଇରସ୍ ଯୋଗୁ ଏହା ହୋଇଥାଏ ।

ବନ୍ଧ୍ୟାତ୍ୱ

ଋତୁସ୍ରାବ ସମୟରେ ପରିଚ୍ଛନ୍ନ ନ ରହିଲେ ମହିଳାମାନେ ବନ୍ଧାତ୍ୱର ଶିକାର ହୋଇଥାନ୍ତି ।

Comment