ଓଡ଼ିଶାଲାଇଭ ବ୍ୟୁରୋ

ଉତ୍ତର ଭାରତରେ ଅନେକ ସହରରେ ତାପମାତ୍ର ବଢ଼ିବାରେ ଲାଗିଛି। ଗତ କିଛିଦିନ ହେବ ଅନେକ ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଇଛି।

ରେକର୍ଡ ଅନୁସାରେ ପ୍ରୟାଗରାଜ ଦେଶର ସବୁଠୁ ଉତ୍ତପ୍ତ ସହର ହୋଇଛି। ଏଠାରେ ଉଭୟ ଦିନ ଓ ରାତିରେ ତାମପାତ୍ରା ଅଧିକ ରହୁଛି। ବୁଧବାର ଏଠାରେ ତାପମାତ୍ରା ୪୭.୬ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ମଙ୍ଗଳବାର ୪୭.୩ ଡିଗ୍ରୀ ରେକର୍ଡ କରାଯାଇଛି। ଗୁରୁବାର ବି ଏଠାରେ ତାମପାତ୍ରା ଅଧିକ ରହିଛି।

ପ୍ରୟାଗରାଜ ଲୋକଙ୍କ କହିବା କଥା ଦିନ ୯ଟା ପରେ ଯେମିତି ଲାଗୁଛି ଆକାଶରୁ ଅଗ୍ନି ବର୍ଷୁଛି। ଗରମ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି। ଅନେକ ଲୋକ ଅଶୁଂଘାତର ଶିକାର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ପ୍ରୟାଗରାଜକୁ ଅନେକ ପର୍ଯ୍ୟଟକ ଆସୁଥିବାରୁ ସେମାନେ ବି ଗରମ ପାଇଁ ହଇରାଣ ହେଉଛନ୍ତି। ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗର ସୂଚନାନୁସାରେ ଏଥର ମୌସୁମୀ ସାମାନ୍ୟ ବିଳମ୍ବରେ କେରଳ ଛୁଇଁବ। କେବଳ ପ୍ରୟାଗରାଜ ନୁହଁ ଦେଶର ଅନ୍ୟ ରାଜ୍ୟମାନଙ୍କର ବି ଖରା ଗରମ ଲାଗି ରହିଛି।

Comment