ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ନରେନ୍ଦ୍ର ମୋଦି ତାଙ୍କ ଦ୍ୱିତୀୟ ଇନିଂସ୍‌ ସରକାର ଆରମ୍ଭ କରିବା ପରେ ଆଜି ବସିଥିଲା ପ୍ରଥମ କ୍ୟାବିନେଟ ବୈଠକ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାଉଥ ବ୍ଲକରେ ବସିଥିବା ପ୍ରଥମ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନିଆଯାଇଛି। ପ୍ରଥମ କ୍ୟାବିନେଟରେ ମୋଦି ସରକାର ସହିଦ ପରିବାରଙ୍କୁ ସମ୍ମାନ ଜଣାଇଛନ୍ତି।

ସହିଦଙ୍କ ପିଲାମାନଙ୍କ ପାଇଁ ପ୍ରଥମ କ୍ୟାବିନେଟରେ ଛାତ୍ର ବୃତ୍ତି ବୃଦ୍ଧି କରାଯାଇଛି। ଆତଙ୍କବାଦୀ, ମାଓବାଦୀ ହମ୍‌ଲାରେ ସହିଦ ହେଉଥିବା ଯବାନ ଓ ପୋଲିସଙ୍କ ପିଲାମାନେ ଏହି ସୁବିଧା ପାଇପାରିବେ। ପାଠ ପଢୁଥିବା ସହିଦ ପୋଲିସ ପିଲାଙ୍କ ବୃତ୍ତି ୫୦୦ରୁ ୭୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଛାତ୍ରୀଙ୍କ ପାଇଁ ୨୨୫୦ରୁ ୩ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନରେ ଗୁରୁବାର ସନ୍ଧ୍ୟାରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ମୋଦିଙ୍କୁ ମିଶାଇ ତାଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୫୭ ଜଣ ମନ୍ତ୍ରୀ ସାମିଲ ହୋଇଛନ୍ତି। ଆଜି ମନ୍ତ୍ରୀମାନଙ୍କର ବିଭାଗ ବଣ୍ଟନ ହେବା ପରେ ପ୍ରଥମ କ୍ୟାବିନେଟ ବସିଥିଲା।

Comment