ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

କଂଗ୍ରେସ ସଂସଦୀୟ ଦଳ ବୈଠକରେ ରାହୁଲ ଗାନ୍ଧି ଏକ ନୂଆ କଥା ଛାଡିଛନ୍ତି। ନୂତନ ଭାବେ ନିର୍ବାଚିତ ସାଂସଦ ମାନଙ୍କୁ ସେ ସଂଘର୍ଷର ମନ୍ତ୍ର ପ୍ରଦାନ କରିଛନ୍ତି। ଦଳର ନେତାମାନଙ୍କୁ ଧନ୍ୟବାଦ ଦେବାକୁ ଯାଇ ସେ କହିଛନ୍ତି ଯେ କଂଗ୍ରେସ ସହିତ ରହିଥିବା ପ୍ରତ୍ୟେକ ବ୍ୟକ୍ତି ସମ୍ବିଧାନର ସୁରକ୍ଷା ପାଇଁ ଲଢେଇ ଜୋରଦାର କରିବା ଦରକାର। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ସହିତ ଇଞ୍ଚ ଇଞ୍ଚ ଲଢ଼ିବା ପାଇଁ କଂଗ୍ରେସର ବାଉନ ଜଣ ସାଂସଦ ଯଥେଷ୍ଟ।

ରାହୁଲ ନୂଆ ସାଂସଦ ମନଙ୍କୁ ନ୍ୟାୟ ଓ ପାଇଁ ଲଢ଼ିବାର ଆହ୍ୱାନ ମଧ୍ୟ ଦେଇଛନ୍ତି। ସଂଖ୍ୟାରେ କମ ହେଲେ ହେଁ ବିଜେପି ସହ ଆମେ ଲଢେଇ କରି ପାରିବା ବୋଲି ରାହୁଲ ସାହସ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ନିର୍ବାଚନରେ ହାରିବା ପରେ ରାହୁଲ ନିଜ ପଦବୀରୁ ଇସ୍ତଫା ଦେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ତେବେ ନିର୍ବାଚନ ଫଳ ଆସିବା ପରେ ଏହା ହେଉଛି ରାହୁଲଙ୍କ ପ୍ରଥମ ଆନୁଷ୍ଠାନିକ ବୈଠକ।

ସେ କହିଲେ ଯେ ଆମ ଲଢ଼େଇ ପ୍ରତ୍ୟେକ ମଣିଷ ପାଇଁ ତାହା ରଙ୍ଗ,ଧର୍ମ,ଲିଙ୍ଗ ଓ ଜାତି ଯାହା ହେଉନା କାହିଁକି। ଏହି ବୈଠକରେ ରାଜ୍ୟସଭା ସାଂସଦ ମାନେ ମଧ୍ୟ ଯୋଗ ଦେଇଥିଲେ।

ବୈଠକରେ ସଂସଦୀୟ ଦଳ ନେତା ଭାବରେ ସୋନିଆ ଗାନ୍ଧିଙ୍କୁ ଚୟନ କରାଯାଇଛି। ତେବେ ସେ ଅନ୍ୟ କାହାକୁ ନେତା ନିର୍ବାଚନ କରିବେ ସେହି ଅଧିକାର ମଧ୍ୟ ତାଙ୍କୁ ଦିଆଯାଇଛି। ବୈଠକରେ ଦଳର କର୍ମୀ ଓ ଭୋଟର ମାନଙ୍କୁ ଗଭୀର କୃତଜ୍ଞତା ପ୍ରକାଶ କରାଯାଇଥିଲା

Comment