ଓଡ଼ିଶାଲାଇଭ୍ ବ୍ୟୁରୋ

(ନୂଆପଡ଼ରୁ ନନ୍ଦିଘୋଷ  ଖମାରି) – ନୂଆପଡା ଜିଲ୍ଲା ବୋଡେନ ବ୍ଳକ୍ ଅନ୍ତର୍ଗତ ଭଇସାଦାନୀ ଗ୍ରାମର କମଳ ପହରିଆଙ୍କ ପୁଅ ଟଙ୍କଧର ପହରିଆ ଜଙ୍ଗଲୀ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି।

ଟଙ୍କଧର  ନିଜ ଚାଷ ଜମିକୁ ଲାଗି ରହି ଥିବା ଜଙ୍ଗଲକୁ ସୋମବାର କାଠ ସଂଗ୍ରହ କରିବା ପାଇଁ ଯାଇଥିଲେ।   ଜଙ୍ଗଲରେ କାଠ  ସଂଗ୍ରହ କରୁଥିବା ବେଳେ ଏକ ଜଙ୍ଗଲୀ ଭାଲୁ ଅତର୍କିତ ଭାବରେ ପଛପଟୁ ଆକ୍ରମଣ କରିଥିଲ। ଫଳରେ ଟଙ୍କଧର ଗୁରୁତର ଆହତ ହୋଇଥିଲେ। ଖବରପାଇ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଟଙ୍କଧରଙ୍କୁ ଉଦ୍ଧାର କରି ବୋଡେନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

Comment