ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଢ଼ିବନି ଖରାଛୁଟି, ବୁଧବାରଠାରୁ ରାଜ୍ୟରେ ସମସ୍ତ ସ୍କୁଲ ଖୋଲିବ। ଏନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।

କିଛି ଦିନ ଧରି ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଥିଲା। ଏହାକୁ ନେଇ ଖରାଛୁଟି ବଢ଼ିବା ବୋଲି ରାଜ୍ୟରେ ଗୁଜବ ସୃଷ୍ଟି ହୋଇଥିଲା। ଜୁନ୍‌ ୨୫ରେ ସ୍କୁଲ ଖୋଲିବା ନେଇ ସୋସଆଲ ମିଡିଆରେ କିଛି ପୋଷ୍ଟ ମଧ୍ୟ ଘୁରୁ ବୁଲୁଥିଲା। ତେବେ ଏହାକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।

ଅନ୍ୟପକ୍ଷରେ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ମଧ୍ୟ ଏହା ଗୁଜବ ବୋଲି ସ୍ୱୀକାର କରିଛନ୍ତି। ତେବେ ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁଯାୟୀ ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ।

Comment