ଓଡ଼ିଶାଲାଇଭ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।
କାହିଁକି ଚୂଡ଼ାନ୍ତ ହୋଇପାରିଲାନି ବିରୋଧୀ ଦଳ ନେତାଙ୍କ ନାଁ?
ମଙ୍ଗଳବାରଠୁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ। ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ ଆସନ୍ତକାଲିଠୁ ପ୍ରଥମ ଅଧିବେଶନ ବସୁଥିବାରୁ ସବୁ ବିଧାୟକ ଉତ୍ସାହିତ ଅଛନ୍ତି। ନୂଆ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ପ୍ରସଙ୍ଗ ଖୋଜୁଛନ୍ତି। ହେଲେ ଏହି ପ୍ରସଙ୍ଗକୁ ଅସ୍ତ୍ର କରିବା ପାଇଁ ବିରୋଧୀ ଦଳ ନେତା ଏଯାଏଁ ବଛା ହୋଇପାରିଲା ନାହିଁ।

ବିଧିବଦ୍ଧ ଭାବେ ବିଜେପିରେ ମିଶିଲେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର
ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଲେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନାଡ୍ଡା ଏବଂ ବରିଷ୍ଠ ନେତା କୈଳାଶ ବିଜୟଭର୍ଗିୟାଙ୍କ ଉପସ୍ଥିତିରେ ଜୟଶଙ୍କର ବିଜେପିରେ ଯୋଗ ଦେଇଛନ୍ତି।

ବର୍ଷା, ଝଡ଼ତୋଫାନ ନେଇ ୫ ଜିଲ୍ଲାକୁ ସତର୍କ ସୂଚନା ଜାରି
ଆମ ଜନ୍ମ ମହାପ୍ରଭୁଙ୍କ ସେବା କରିବା – କମାର ସେବାୟତ

ଭଙ୍ଗା ହେବ ଚନ୍ଦ୍ରବାବୁଙ୍କ ବାସଭବନ – ନିର୍ଦ୍ଦେଶ ଦେଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ
ଆନ୍ଧ୍ରପ୍ରଦେଶର ନୁଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପରେ ଆକ୍ସନ ମୁଡ୍ରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ଏହାର ଏକ ଝଲକ ଦେଖିବାକୁ ମିଳିଛି ସୋମବାର। ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟଡୁଙ୍କ ବାସଭବନ ‘ପ୍ରଜା ଭେଦିକା’କୁ ଭାଙ୍ଗଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଗନ ମୋହନ ରେଡ୍ଡୀ। ଏନେଇ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ପ୍ରେସ୍ ମିଟ୍ କରି ସୂଚନା ଦେଇଛନ୍ତି। ଆସନ୍ତା ଦୁଇଦିନ ମଧ୍ୟରେ ବାସଭବନ ଭଙ୍ଗାଯିବା କାର୍ଯ୍ୟ ଆରମ୍ଭ ହେବ।

ଭାଙ୍ଗିଲା ମେଣ୍ଟ: ଅଲଗା ହେଲା ମାୟାବତୀ- ଅଖିଲେଶଙ୍କ ରାସ୍ତା
ଉତ୍ତରପ୍ରଦେଶରେ ଏସପି ବିଏସପି ମହାମେଣ୍ଟରେ ବ୍ରେକ ଲାଗିଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀ ଶେଷରେ ଅଲଗା ଅଲଗା ରାସ୍ତା ଆପଣେଇଛନ୍ତି। ମେଣ୍ଟ ଭାଙ୍ଗିବା ନେଇ ଟୁଇଟ ଜରିଆରେ ନିଜେ ମାୟାବତୀ ଘୋଷଣା କରିଛନ୍ତି। ଆଗାମୀ ସବୁ ନିର୍ବାଚନ ବିଏସପି ଏକାକୀ ଲଢ଼ିବ ବୋଲି ସେ ଟୁଇଟରେ କହିଛନ୍ତି।

ବିଧାୟକଙ୍କୁ ସ୍ନାନବେଦୀକୁ ନେଇ ଦୁଇ ସେବାୟତ ନିଲମ୍ବିତ
ସ୍ନାନପୂର୍ଣ୍ଣିମା ଦିନ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କୁ ସ୍ନାନବେଦୀକୁ ନେଇ ଶ୍ରୀମନ୍ଦିର ଦୁଇ ସେବାୟତ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। ସେବାୟତ ସୋମନାଥ ଖୁଣ୍ଟିଆ ଏବଂ ରାଜାରାମ ଖୁଣ୍ଟିଆଙ୍କୁ ଶ୍ରୀମନ୍ଦିର ପ୍ରଶାସନ ନିଲମ୍ବିତ କରିଛି। ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଶ୍ରୀମନ୍ଦିର ପ୍ରଶାସନ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ପର୍ସ ଚୋରି କରି ନିଲମ୍ବନ ହେଲେ ଏୟାର ଇଣ୍ଡିଆ ପାଇଲଟ
ଅଷ୍ଟ୍ରେଲିଆର ସିଡନି ଏୟାରପୋର୍ଟରେ ଏକ ଡ୍ୟୁଟି ଫ୍ରି ଦୋକାନରୁ ପର୍ସ ଚୋରି କରିବା ମାମଲାରେ ଏୟାର ଇଣ୍ଡିଆ ତା’ର ପାଇଲଟ ରୋହିତ ଭସିନଙ୍କୁ ନିଲମ୍ଵିତ କରିଛି। ତାଙ୍କୁ ବିନା ଅନୁମତିରେ ଏୟାର ଇଣ୍ଡିଆ ପରିସରରେ ପ୍ରବେଶ କରିବା ଉପରେ କଟକଣା ଲଗାଯାଇଛି। ଏହାଛଡ଼ା ତାଙ୍କ ପରିଚୟ ପତ୍ର ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏୟାର ଇଣ୍ଡିଆ ଅଧିକାରୀ ସୂଚନା ଦେଇଛନ୍ତି।

ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ୩ ପ୍ରାର୍ଥୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ୩ ରାଜ୍ୟସଭା ପ୍ରାର୍ଥୀ ପାର୍ଥିପତ୍ର ଦାଖଲ କରିଛନ୍ତି। ଏହି ୩ ପ୍ରାର୍ଥୀ ହେଲେ ବିଜେଡିର ଦୁଇ ନେତା ତଥା ଅମର ପଟ୍ଟନାୟକ, ଦଳୀୟ ମୁଖପାତ୍ର ସସ୍ମିତ ପାତ୍ର ଓ ବିଜେଡି ସମର୍ଥିତ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ।

ପଟିଆରେ ରେମଣ୍ଡର ନୂଆ ସୋରୁମ୍
କଳାମନ୍ଦିର ଗ୍ରୁପ ଦ୍ଵାରା ପଟିଆ ମେନ ରୋଡରେ ରେମଣ୍ଡର ନୂଆ ସୋରୁମ୍ ଉଦଘାଟିତ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ଵର କମିଶନର ସତ୍ୟଜିତ ମହାନ୍ତି ଯୋଗ ଦେଇ ଏହି ସୋରୁମକୁ ଉଦଘାଟନ କରିଥିଲେ।

ଗିରଫ ହେଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର
ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ଗିରଫ କରିଛି ପାଟଣାଗଡ଼ ପୋଲିସ। ଜୁନିୟର ଇଞ୍ଜିନିୟର ଜୟକାନ୍ତ ଶବରଙ୍କୁ ବିଚ୍ ରାସ୍ତାରେ ଉଠବସ୍ କରାଇବା ଘଟଣାରେ ତାଙ୍କୁ ପାଟଣାଗଡ଼ ପୋଲିସ ଗିରଫ କରିଛି। ଗିରଫ କରାଯିବା ପରେ ତାଙ୍କୁ ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର କରାଯାଇଛି।

ପୁରୀ ବିଧାୟକ ଓ ସେବାୟତଙ୍କୁ ନୋଟିସ ପଠାଇଲା ଶ୍ରୀମନ୍ଦିର ପ୍ରଶାସନ
ସ୍ନାନ ପୂର୍ଣ୍ଣିମାରେ ବ୍ୟବସ୍ଥାବଳୀର ଉଲ୍ଲଘଂନ ଅଭିଯୋଗରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ସମେତ କିଛି ସେବାୟତଙ୍କୁ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ମହାପ୍ରଭୁଙ୍କ ସ୍ନାନଯାତ୍ରା ଅବସରରେ ବିଧାୟକଙ୍କୁ ନେଇ ସ୍ନାନ ବେଦୀରେ ଦର୍ଶନ କରାଇବା ଅଭିଯୋଗ ପରେ ସିସିଟିଭି ଫୁଟେଜ ଆଧାରରେ ନୋଟିସ ଜାରି କରାଯାଇଛି।

ଆସନ୍ତାକାଲିଠୁ ବିଧାନସଭା ମୌସୁମୀ ଅଧିବେଶନ
ଆସନ୍ତାକାଲିଠୁ ଷୋଡ଼ଶ ବିଧାନସଭାର ପ୍ରଥମ ମୌସୁମୀ ଅଧିବେଶନ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଅଗଷ୍ଟ ୮ ପର୍ଯ୍ୟନ୍ତ ଚାଲିବ ଅଧିବେଶନ। ଅଧିବେଶନରେ ମୋଟ୍ ୩୦ଟି କାର୍ଯ୍ୟଦିବସ ଥିବା ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବ।





















