ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରି ମୁନିସିପାଲଟି ଫିନାଇଲ ଗୋଦାମରେ ନିଆଁ ଲାଗିଯାଇଛି। ନିଆଁ ବ୍ୟାପିଯିବାରୁ ପାର୍କିଂରେ ଥିବା ୮ଟି ବାଇକ ଜଳିଯାଇଛି।

ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି। ନିଆଁ ଲାଗିଯିବା ଖବାର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଆୟତ୍ତ କରିବାକୁ ଉଦ୍ୟମ କରିଛନ୍ତି। ଗୋଦାମ ଘରେ ନିଆଁ ଲାଗିଥିବା ବେଳେ ଏହା ଯେପରି ଅଫିସ ଭିତରକୁ ନ ବ୍ୟାପିବ ସେଥିପାଇଁ ଉଦ୍ୟମ ଜାରି ରହିଛି।

ଏକ ବାଇକରେ ଥିବା ଗ୍ୟାସ ଟାଙ୍କିରୁ ଗ୍ୟାସ ଲିକ ହୋଇ ନିଆଁ ଲାଗିଥିବା ଜଣାପଡ଼ିଛି।

Comment