ଓଡ଼ିଶାଲାଇଭ ବ୍ୟୁରୋ

ଦୁଇ ଦିନ ହେବ ରାଜ୍ୟରେ ଲାଗି ରହିଛି ବର୍ଷା। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଥିବାରୁ ବର୍ଷା ଲାଗି ରହିଛି। ଆସନ୍ତାକାଲି ଯାଏଁ ଉପକୂଳ ଓଡ଼ିଶା ସମେତ ସବୁ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ।

ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୁଳ, ଢ଼େଙ୍କାନାଳ, ସମ୍ବଲପୁର, ସୋନପୁର, ବୌଦ୍ଧ, ବରଗଡ଼ ୮ଟି ଜିଲ୍ଲା ପାଇଁ ପାଣିପାଗ ବିଭାଗ ରେଡ ଓ୍ୱାର୍ଣ୍ଣଂ ଜାରି କରିଛି। ସେହିପରି କଳାହାଣ୍ଡି, କନ୍ଧମାଳ, କଟକ, ଭୁବନେଶ୍ୱରରେ ବର୍ଷା ଲାଗି ରହିବ।

ଆସନ୍ତାକାଲି ବର୍ଷାର ପରିମାଣ କମିବ ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଦୁଇ ଦିନ ବର୍ଷାରେ କଟକ ଭୁବନେଶ୍ୱରରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଲଗାଣ ବର୍ଷା ଯୋଗଁ ରାସ୍ତା ପାଣି ଜମି ରହିଥିବାରୁ ଗମନାଗମନ ପ୍ରଭାବିତ ହୋଇଛି।

Comment