ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ମୁଣ୍ଡ ପିଛା ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର। ଉଭୟ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ସ୍କୁଲରେ ମୁଣ୍ଡ ପିଛା ଖର୍ଚ୍ଚ ବଢ଼ିଛି। ବିଭିନ୍ନ ସାମଗ୍ରୀର ଦର ବଢୁଥିବାରୁ ରାଜ୍ୟ ସରକାର ମିଡ୍ ଡେ ମିଲର ମୁଣ୍ଡ ପିଛା ଖର୍ଚ୍ଚ ବଢ଼ାଇଛନ୍ତି।

ପ୍ରାଥମିକ ସ୍କୁଲରେ ମୁଣ୍ଡ ପିଛା ଖର୍ଚ୍ଚ ୪ ଟଙ୍କା ୯୩ ପଇସା ବଢ଼ିଥିବା ବେଳେ ଉଚ୍ଚ ପ୍ରାଥମିକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ମୁଣ୍ଡପିଛା ଖର୍ଚ୍ଚ ୭ ଟଙ୍କା ୩୬ ପଇସା ବୃଦ୍ଧି ପାଇଛି।

ପୂର୍ବରୁ ପ୍ରାଥମିକ ସ୍କୁଲରେ ମୁଣ୍ଡ ପିଛା ଖର୍ଚ୍ଚ ୪ ଟଙ୍କା ୮୦ ପଇସା ରହିଥିବା ବେଳେ ଉଚ୍ଚ ପ୍ରାଥମିକ ସ୍କୁଲରେ ୭ ଟଙ୍କା ୧୬ ପଇସା ରହିଥିଲା।

ଜୁଲାଇ ୧ରୁ ଏହି ବର୍ଦ୍ଧିତ ଦର ସବୁ ସ୍କୁଲରେ ଲାଗୁ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ମିଡ୍ ଡେ ମିଲର ନୋଡାଲ ଅଫିସର।

Comment