ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବିଗ ବି ଅମିତାଭ ବଚ୍ଚନ ଖୁବଶୀଘ୍ର ‘କୌନ ବନେଗା କରୋଡପତି’ ସିଜିନ ୧୧କୁ ନେଇ ଛୋଟ ପରଦାକୁ ଫେରିବେ। ଏହି ସୋ’ର ପ୍ରଥମ ପ୍ରମୋ ରିଲିଜ ହୋଇଛି। ଏଥିରେ ଅମିତାଭ ଏକ ନୂଆ ଭାବନା ଓ ଏକ ନୂଆ ଆଶାର ବାର୍ତ୍ତା ଦେଉଥିବା ଦେଖଯାଇଛି।

ବିଗ ବି ସୋ’ର ଟିଜର ତାଙ୍କ ଟୁଇଟରରେ ସେୟାର କରିଛନ୍ତି। ଏଥର ଏହି ସୋର ଟିଜର ସଂପୂର୍ଣ୍ଣ ନୂଆ ଢ଼ଙ୍ଗରେ ପ୍ରସ୍ତୁତ ହୋଇଛି।

ଅବଶ୍ୟ ଏହି ସୋ’ କେବେଠୁ ଆରମ୍ଭ ହେବ ତାହା ସ୍ପଷ୍ଟ ଜଣାପଡ଼ିନି। ସିଜିନ ୧୧ ପାଇଁ ଏହି ବର୍ଷ ମେ’ ମାସରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଥିଲା।

ଅମିତାଭ ଏହି ସିଜିନ ପୂର୍ବରୁ ୧୦ଟି ସିଜିନ ହୋଷ୍ଟ କରିସାରିଛନ୍ତି। ଏହି ସୋ’ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଛି।

Comment