ଓଡ଼ିଶାଲାଇଭ ବ୍ୟୁରୋ

ବିଜୟୀ ହେଲେ ବିଜୟ ଉତ୍ସବ ପାଳନ କରାଯାଏ। ହେଲେ କାରଗିଲ ବିଜୟ ଏମିତି ଏକ ବିଜୟ ଯାହା ଜିତିବାର ଖୁସି କମ୍ ଯବାନଙ୍କ ବଳିଦାନ ମନେ ପକାଇଥାଏ। ଏହି ଘଟଣା ଆଜି ବି କୋଟି କୋଟି ଭାରତୀୟଙ୍କ ଆଖିରେ ଲୁହ ଆଣିଦିଏ। ଆଉ କେଇ ଘଣ୍ଟା ପରେ ସାରାଦେଶ ଏହି ବିଜୟ ଉତ୍ସବ ପାଳିବ।

Salam Sahid

ଏହି ଅବସରରେ ଆମେ ଆପଣଙ୍କୁ ଏମିତି ଜଣେ ବୀର ଯବାନଙ୍କ କାହାଣୀ କହିବୁ ଯିଏ ଯୁଦ୍ଧ ପୂର୍ବରୁ ହିଁ ଦେଶ ପାଇଁ ଜୀବନ ଦେଇଥିଲେ। ଯାହାଙ୍କଠୁ ଆରମ୍ଭ ହୋଇଥିଲା କାରଗିଲ ଯୁଦ୍ଧ। ଏହି ବୀର ଯବାନ ହେଲେ କ୍ୟାପଟେନ ସୌରଭ କାଳିଆ।

୧୯୭୬ ମସିହା ଜୁନ ୨୯ରେ ପଞ୍ଜାବର ଅମୃତସରରେ ଜନ୍ମ ହୋଇଥିଲେ ସୌରଭ। ସୌରଭଙ୍କ ବାପା ଜଣେ ଡକ୍ଟର ଥିଲେ। ପାଠପଢ଼ା, ଖେଳକୁଦରେ ଆଗୁଆ ସୌରଭ ସେନାରେ ଭର୍ତ୍ତି ହେବାକୁ ଚାହଁଥିଲେ ମାତ୍ର ତାଙ୍କ ମା’ ଏଥିରେ ରାଜି ନଥିଲେ। ମା’ଙ୍କୁ ବୁଝେଇ ସୁଝେଇ ୧୯୯୭ରେ ସେନାରେ ଭର୍ତ୍ତି ହୋଇଥିଲେ ସୌରଭ।

୧୯୯୮, ଡିସେମ୍ବର ୩୧ଜଜମେଣ୍ଟାଲ ସେଣ୍ଟରରେ ରିପୋର୍ଟିଂଙ୍କ କରିବା ପରେ ଜାନୁଆରିରେ ସୌରଭଙ୍କୁ କାରଗିଲରେ ପୋଷ୍ଟିଂ କରାଯାଇଥିଲା।

କେମିତି ସୀମାକୁ ପଶିଥିଲେ ଅନୁପ୍ରବେଶକାରୀ?

ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଅଲିଖିତ ବୁଝାମଣା ହୋଇଥିଲା। ଯେତେବେଳେ ଶୀତ ଦିନ ଥିବା ବା ବରଫ ପଡ଼ୁଥିବ ସେତେବେଳେ ଦୁଇ ଦେଶ ସେନା ଉଚ୍ଚରେ ଥିବା ପୋଷ୍ଟକୁ ଛାଡ଼ିଦେବେ। ଯେତେବେଳେ ତାପାମାତ୍ରା ସ୍ୱାଭାବିକ ହେବ ସେତେବେଳେ ପୁଣି ୨ ଦେଶ ସେନା ନିଜ ନିଜ ପୋଷ୍ଟରେ ରହିବେ।  

୧୯୯୯ରେ ପାକିସ୍ତାନ ଏହି ବୁଝାମଣା ଭାଙ୍ଗିଥିଲା। ମେ ୩ରେ ତାଶି ନାମଗାଲ ନାମକ ବ୍ୟକ୍ତି ଯେଉଁ ଖବର ଦେଇଥିଲେ ତାହା ସମସ୍ତଙ୍କ ହୋଶ ଉଡ଼ାଇ ଦେଇଥିଲା। ସୀମା ଭିତରକୁ କିଛି ଲୋକ ପଶି ଆସିଥିବା ସେ ଭାରତୀୟ ସେନାକୁ ଜଣାଇଥିଲେ। ଏହି କଥାର ସତ୍ୟାସତ୍ୟ ଜାଣିବା ପାଇଁ ସେନା ସୌରଭଙ୍କୁ ପଠାଇଥିଲା। ସୌରଭ ଓ ତାଙ୍କ ଟିମକୁ ନେଇ ବଜରଙ୍ଗ ପୋଷ୍ଟକୁ ପେଟ୍ରୋଲିଂରେ ବାହାରିଥିଲେ। ସେଠାରେ ଅନୁପ୍ରବେଶକାରୀଙ୍କ ଉପସ୍ଥିତି ଜାଣି ପାରିଥିଲେ।

ସେହିଠାରୁ ଶତ୍ରୁ ସେନା ଓ ସୌରଭ ମୁହାଁମୁହିଁ ହୋଇଥିଲେ। ସୌରଭଙ୍କ ଟିମ ଶତ୍ରୁଙ୍କୁ କଡ଼ା ଜବାବ ଦେଇଥିଲେ। ମାତ୍ର ସୌରଭଙ୍କ ନିକଟରେ ମାରଣାସ୍ତ୍ର ନଥିଲା ସେ ଶତ୍ରୁଙ୍କୁ ସେଠାରୁ ତଡ଼ିବେ। ସେହି ସମୟରେ ଶତ୍ରୁ ସୈନ୍ୟ ତାଙ୍କୁ ଘେରି ନେଇଥିଲେ। ପାକ୍ ସୈନ୍ୟ ତାଙ୍କୁ ଓ ତାଙ୍କ ସେନା ଏକ ମାସ ପର୍ଯ୍ୟନ୍ତ ଘୋର ଯନ୍ତ୍ରଣା ଦେଇଥିଲେ। ମାତ୍ର ୨୩ ବର୍ଷ ବୟସରେ ସେ ପାକିସ୍ତାନର ଅମାନବୀୟ ଯନ୍ତ୍ରଣା ସହିଥିଲେ। ସିଗାରେଟରେ ଯବାନଙ୍କ ଶରୀରକୁ ଜଳାଇ ଥିଲା ପାକ୍ ସେନା। ଖାଲି ସେତିକି ୨୨ ଦିନ ଯବାନଙ୍କ ଉପରେ ଅତ୍ୟାଚାର କରାଯାଇଥିଲା। ଏତେସବୁ ପରେ ମାତ୍ର ଯବାନ ମୁହଁ ଖୋଲି ନଥିଲେ। ଶେଷରେ ଯବାନମାନଙ୍କ ହତ୍ୟା କରାଯାଇଥିଲା।

Comment