ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ସେନାର ଜଣେ ଯବାନ ନିଜ ସାଥୀ ଅଫିସରଙ୍କୁ ବଞ୍ଚାଇବାକୁ ଯାଇ ଆଜିର ଦିନରେ ନିଜ ଜୀବନ ଦେଇଥିଲେ, ଯାହାଙ୍କର ନାମ ହେଉଛି କ୍ୟାପଟେନ୍ ବିକ୍ରମ ବତ୍ରା।

କାରଗିଲ ହିରୋ ବିକ୍ରମ ବତ୍ରା, ତାଙ୍କ ସାହସ ଓ ବୀରତ୍ୱର କାହାଣୀ କିଏ ନ ଜାଣେ। ଭାରତୀୟ ସେନାର ସେ ଏମିତି ଜଣେ ଯବାନ ଥିଲେ ଯିଏ କାରଗିଲର ୫୧୪୦ ପୋଷ୍ଟକୁ କବ୍‌ଜା କରି କହିଥିଲେ ‘ୟେ ଦିଲ ମାଙ୍ଗେ୍‌ ମୋର୍‌’।  ଆଜିର ଦିନରେ ରଣଭୂମିରେ ଦେଶ ପାଇଁ ଜୀବନ ଦେଇଥିଲେ ବିକ୍ରମ ବତ୍ରା।

ତେବେ ଯେତେବେଳେ ବିକ୍ରମଙ୍କ କଥା ଆସେ ସେତେବେଳେ ଯେ କେବଳ ତାଙ୍କ ବୀରତ୍ୱର କାହାଣୀ କୁହାଯାଏ ତାହା ନୁହେଁ। ତାଙ୍କ ଜୀବନର ଆଉ ଏକ ବଡ଼ କଥା ଥିଲା ତାଙ୍କ ପ୍ରେମ।

ବିକ୍ରମ ଯେତେବେଳେ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ପାଠପଢ଼ୁଥିଲେ ସେତେବେଳେ ତାଙ୍କର ଏକ ଝିଅ ସହ ଦେଖା ହୋଇଥିଲା।  ଦୁହେଁ ଭଲ ସାଙ୍ଗ ଥିଲେ। ଧୀରେ ଧୀରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଗଲା।  ତା’ପରେ ୧୯୯୬ରେ ବିକ୍ରମଙ୍କୁ ଭାରତୀୟ ମିଲିଟାରୀ ଏକାଡେମୀ (ଆଇଏମଏ) ରେ ମନୋନୀତ କରାଯାଇଥିଲା। ଏହାରିମଧ୍ୟରେ ଆରମ୍ଭ ହୋଇଥିଲା କାରଗିଲ ଯୁଦ୍ଧ। ଯୁଦ୍ଧ ସରିବା ପରେ ବିକ୍ରମ ତାଙ୍କ ପ୍ରେମିକାକୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମାତ୍ର ତାହା ହୋଇପାରିଲା ନାହିଁ।

ଥରେ ବିକ୍ରମଙ୍କ ପ୍ରେମିକା ତାଙ୍କୁ ବିବାହ କରିବାକୁ କହିଥିଲେ। ଏହାପରେ ବିକ୍ରମ କିଛି ନଭାବି ନିଜ ହାତକାଟି ପ୍ରେମିକା ମଥାକୁ ସିନ୍ଦୂର ବଦଳରେ ରକ୍ତରେ ଭରିଥିଲେ। ହେଲେ ଏ ସମ୍ପର୍କ ଅଧାରେ ରହି ଯାଇଥିଲା।

୧୯୯୯ ମସିହା ଜୁନ ମାସ ୧୯ ତାରିଖରେ କ୍ୟାପଟେନ୍ ବିକ୍ରମ ବତ୍ରାଙ୍କ ଲିଡରସିପରେ ଭାରତୀୟ ସେନା ପାକିସ୍ତାନ ବିପକ୍ଷରେ ଯୁଦ୍ଧ କ୍ଷେତ୍ରରେ ଓହ୍ଲାଇଥିଲା । ଏବଂ ସେହି ବର୍ଷ ଜୁଲାଇ ମାସ ୭ ତାରିଖରେ ତାଙ୍କର ମୃତ୍ୟୁ ନିଜର ଜଣେ ସାଥୀ ଅଫିସରଙ୍କୁ ବଞ୍ଚାଇବାକୁ ଯାଇ ହୋଇଥିଲା ତାଙ୍କ ବୀରତା ପାଇଁ ତାଙ୍କୁ ପରମବୀର ଚକ୍ରର ସମ୍ମାନିତ କରାଯାଇଥିଲା।

ପାଲମପୁରରେ ୯ ସେପ୍ଟେମ୍ବର ୧୯୭୪ରେ ଜନ୍ମ ହୋଇଥିଲେ ବିକ୍ରମ। ବଡ ବଡ ଚାକିରିକୁ ପଛ କରି ଶେଷରେ ୧୯୯୭ରେ ସେନାରେ ଯୋଗ ଦେଇଥିଲେ ବିକ୍ରମ। ମାତ୍ର ଦୁଇ ବର୍ଷ ମଧ୍ୟରେ କ୍ୟାପେଟନ ପଦରେ ବସିଥିଲେ ବିକ୍ରମ। ତେବେ ସେ କ୍ୟାପଟେନ ହେବା ପରେ ଆରମ୍ଭ ହୋଇଥିଲା କାରଗିଲ ଯୁଦ୍ଧ।

Comment