ଓଡ଼ିଶାଲାଇଭ ବ୍ୟୁରୋ

କାରଗିଲ ଯୁଦ୍ଧର ହିରୋ  ଓ ସହୀଦ ଓଡ଼ିଆ ପୁଅ  ମେଜର ପଦ୍ମପାଣି ଆଚାର୍ଯ୍ୟଙ୍କ ଜନ୍ମ ଓଡ଼ିଶା ମାଟିରେ। ଆଚାର୍ଯ୍ୟଙ୍କ ପରିବାର କିନ୍ତୁ ହାଇଦ୍ରାବାଦରେ ରହି ଆସୁଛନ୍ତି। ପଦ୍ମପାଣିଙ୍କ ବାପା ଜଗନ୍ନାଥ ଆଚାର୍ଯ୍ୟ ଭାରତୀୟ ବାୟୁ ସେନାର ଜଣେ ଅବସରପ୍ରାପ୍ତ ଉଇଙ୍ଗ କମାଣ୍ଡର। ୧୯୬୫ ଓ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସେ ଲଢ଼ିଥିଲେ।

ପରିବାର ବର୍ଗ

ମେଜର ଆଚାର୍ଯ୍ୟଙ୍କ ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ତିରିଶ  ବର୍ଷ ହୋଇଥିଲା। ତାଙ୍କ ବାପା ମା ,ବିଧବା ପତ୍ନୀ ଚାରୁଲତା ଓ ଝିଅ ଅପରାଜିତା ହାଇଦ୍ରାବାଦରେ ରହୁଛନ୍ତି। ଅପରାଜିତା ନିଜେ ଜଣେ ଏନ୍ସିସି କ୍ୟାଡେଟ।

ଯୁଦ୍ଧରେ କଣ ହେଲା ?

୧୯୯୯ ଜୁନ ୨୮ ତାରିଖରେ ଟୋଲଲିଙ୍ଗ ଠାରେ ଦ୍ୱିତୀୟ ରାଜପୁତନା ରାଇଫଲସକୁ କାର୍ଗିଲ ଆକ୍ରମଣ ପାଇଁ କାର୍ଯ୍ୟରେ  ଲଗାଯାଇଥିଲା। ମେଜର ଆଚାର୍ଯ୍ୟ କମ୍ପାନି କମାଣ୍ଡର ଥିଲେ। ଶତ୍ରୁ ପକ୍ଷର ଇଲାକାକୁ କବଜା କରିବା ପାଇଁ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ତେଣେ ପାକିସ୍ତାନ ପକ୍ଷରୁ ଟୋଲଲିଙ୍ଗକୁ ପୂରାପୂରି ସୈନ୍ୟଙ୍କ ଦ୍ଵାରା ଘେରି ଦିଆ ଯାଇଥିଲା। ଚାରିଆଡ଼େ ଖାଲି  ଯୁଦ୍ଧାସ୍ତ୍ର – ମେସିନ ଗନ, ମାଇନ୍ ଓ ଟ୍ୟାଙ୍କର।
ରାଜପୁତନା ରାଇଫାଲର ସଫଳତା ନିର୍ଭର କରୁଥିଲା ଏହି ପୋଜିସନକୁ ଯେତେ ଶୀଘ୍ର ଅକ୍ତିଆର କରାଯାଇପାରିବ। ତେବେ ଆଚାର୍ଯ୍ୟ ନେତୃତ୍ୱ ନେଇଥିବା କମ୍ପାନିର ସୈନିକ ମାନେ ଆଦୌ  ଆଗକୁ  ମାଡ଼ି ପାରୁନଥିଲେ। ଏହି ସମୟରେ ଶତ୍ରୁ ପକ୍ଷରୁ ଆଖିବୁଜା ଅସ୍ତ୍ର ଚାଳନା କରା ଯାଇଥିଲା ।ଆଚାର୍ଯ୍ୟଙ୍କ ପ୍ଲାଟୁନ ହିଁ ଏହାର ଶିକାର ହୋଇଥିଲା। ଏତିକି ବେଳେ ନିଜ ନିରାପତ୍ତାକୁ ଭ୍ରୁକ୍ଷେପ ନକରି ମେଜର  ଆଚାର୍ଯ୍ୟ ରିଜର୍ଭ ପ୍ଲାଟୁନକୁ ଧରି ଆଗେଇ ଚାଲିଲେ ଏବଂ ପାକିସ୍ତାନ ଉପରେ ଗୁଳିଗୋଳା ବର୍ଷା କରି ଦେଇଗଲେ।

Salam Sahid

ଫିଲ୍ମ ନିର୍ମାଣ

ଏହି ଟୋଲଲିଙ୍ଗ  ଗୁଳି ବର୍ଷଣକୁ ନେଇ ହିନ୍ଦୀ ଚଳଚିତ୍ର ଏଲଓସି କାର୍ଗିଲ ନିର୍ମିତ ହୋଇଛି। ଏଥିରେ ତେଲୁଗୁ ହିରୋ ନାଗାର୍ଜୁନ ପଦ୍ମପାଣି ଆଚାର୍ଯ୍ୟଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏଲଓସି ବକ୍ସ ଅଫିସରେ ବେଶ୍ ସଫଳତା ଲାଭ କରିଥିଲା।

Comment