ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

  • ପ୍ରତିଦିନ ୭ ଜଣ ମହିଳାଙ୍କୁ ଦୁଷ୍କର୍ମ
  • ୫ ଜଣଙ୍କୁ ହତ୍ୟା ଅଭିଯୋଗ
  • ୨୦୧୮ରେ ବଢ଼ିଛି ଲୁଟ୍‌ତରାଜ
  • ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ରାଜ୍ୟରେ ଆଇନ କାନୁନ କେମିତି ଅଛି? ତାର ଖୁଲାସା କରିଛି ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ଶ୍ୱେତପତ୍ର। ରାଜ୍ୟରେ ଆଇନ କାନୁନ ଠିକ୍ ଅଛି ବୋଲି ସରକାର କହୁଥିବା ବେଳେ ବିରୋଧୀ କିନ୍ତୁ ଘେରିଛନ୍ତି। ଶ୍ୱେତପତ୍ରକୁ ଆଧାର କରି ବିରୋଧୀ କଂଗ୍ରେସ ଏବଂ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଶ୍ୱେତପତ୍ରରୁ ଜଣାପଡ଼ିଛି ଯେ ୨୦୧୮ରେ ୧ ଲକ୍ଷ ୭ ହଜାର ୪୦୮ଟି ଧର୍ତ୍ତବ୍ୟ ଅପରାଧ ସଂଘଟିତ ହୋଇଥିଲା। ସେଥିମଧ୍ୟରୁ ୭୯ ହଜାର ୩୪୧ଟି ମାମଲାରେ ପୋଲିସ ଚାର୍ଜସିଟ୍ ଦାଖଲ କରିଛି। ୧୩୭୮ଟି ହତ୍ୟା ମାମଲାରେ ପୋଲିସ ଅଧା ମାମଲାରେ ଚାଜସିଟ୍ ଦାଖଲ କରିବାରେ ସଫଳ ହୋଇନି।

ସେହିପରି ଡକାୟତି ମାମଲାରେ ଶ୍ୱେତପତ୍ର ସାଂଘାତିକ ତଥ୍ୟ ଦେଇଛି। ୨୦୧୮ରେ ଡକାୟତମାନେ ୨୬ କୋଟି ୨୫ ଲକ୍ଷ ୪୧ ହଜାର ଟଙ୍କାର ସମ୍ପତ୍ତି ଚୋରି କରି ନେଇଥିବା ଜଣାପଡ଼ିଛି। ସେଥିମଧ୍ୟରୁ ମାତ୍ର ୬ କୋଟି ୯୫ ଲକ୍ଷ ୩୬ ହଜାର ଟଙ୍କା ମୂଲ୍ୟର ସମ୍ପତ୍ତି ଉଦ୍ଧାର କରାଯାଇଥିଲା। ୧୨ ଜଣଙ୍କ ଘରେ ଲୁଟ୍‌ତରାଜ ହୋଇଥିବା ଶ୍ୱେତପତ୍ରରୁ ଜଣାପଡ଼ିଛି। ରାସ୍ତାଘାଟରେ ୫୨୯ ଜଣଙ୍କଠାରୁ ଲୁଟ୍ ହୋଇଥିବା ବେଳେ ଟ୍ରେନରେ ୨୨ଟି ଲୁଟ୍ ଘଟଣା ଘଟିଛି। ଗୋଟିଏ ବ୍ୟାଙ୍କ ଏବଂ ୧୩୪ଟି ବାଣିଜ୍ୟିକ ପ୍ରତିଷ୍ଠାନରୁ ଲୁଟ ହୋଇଥିବା ଜଣାପଡ଼ିଛି। ପୋଲିସ ଏହି ମାମଲାରେ ୧୯୪୬ ଜଣଙ୍କୁ ଗିରଫ କରିଛି।

ଲୁଟ୍ ସାମଗ୍ରୀର ମୂଲ୍ୟ ୧୪ କୋଟି ୬୭ ଲକ୍ଷ ୪୫ ହଜାର ଟଙ୍କା ହୋଇଥିବା ବେଳେ ପୋଲିସ ୪ କୋଟି ୫୪ ଲକ୍ଷ ୭୧ ହଜାର ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିପାରିଛି।

୨୦୧୮ରେ ୩୭୧୩ଟି ସିନ୍ଧିଚୋରି ମାମଲା ରୁଜୁ ହୋଇଥିଲା। ସେଥଇରୁ ୧୧୦୮ଟି ମାମଲାରେ ପୋଲିସ ଚାର୍ଜସିଟ୍ ଦାଖଲ କରିଥିଲା। ୫୨ କୋଟି ୨୨ ଲକ୍ଷ ୮୨ ହଜାର ଟଙ୍କା ମୂଲ୍ୟର ସମ୍ପତ୍ତି ଚୋରି ହୋଇଥିବା ବେଳେ ପୋଲିସ ଏଥିରୁ ୧୯ କୋଟି ୭୨ ଲକ୍ଷ ଟଙ୍କା ଜବତ କରିବାରେ ସମର୍ଥ ହୋଇଥିଲା।

୨୭୯୪ଟି ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଥିଲା ୨୦୧୮ରେ। ଏଥିରୁ ୭୦୭ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଥିଲା। ୨୦୧୭ ତୁଳନାରେ ୨୦୧୮ରେ ଦୁଷ୍କର୍ମ ସଂଖ୍ୟା ବଢ଼ିଥିବା ଶ୍ୱେତପତ୍ରରୁ ଜଣାପଡ଼ିଛି। ପ୍ରତିଦିନ ୭ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଥିବା ଜଣାପଡ଼ିଛି। ୨୦୧୮ରେ ୨୫୦୨ଟି ମାମଲା ପଞ୍ଜିକୃତ ହୋଇଥିଲା। ସେଥିମଧ୍‌ୟରୁ ୨୪୫୯ଟି ମାମଲା ସତ ବୋଲି ପୋଲିସ କହୁଛି। ୧୫୨୬ଟି ମାମଲାର ଚାର୍ଜସିଟ୍‌ ଦାଖଲ ହୋଇଛି।

Comment