ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କନ୍ନଡ ଆକ୍ଟର ୟଶଙ୍କ ଅଭିନୀତ ଫିଲ୍ମ ‘କେଜିଏଫ୍ ଚାପ୍ଟର ୧’ ଶାନଦାର ଆୟ କରିଥିଲା। ଏବେ ଏହି ଫିଲ୍ମ ‘କେଜିଏଫ୍ ଚାପ୍ଟର ୨’ ଶୀଘ୍ର ପରଦାକୁ ଆସିବ। ଏହି ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ପରେ ‘ଅଧୀରା’ ଭୂମିକାରେ ସଞ୍ଜୟ ଦତ୍ତ ଆସିବେ ବୋଲି ଅନୁମାନ କରାଯାଉଥିଲା।

ଏବେ ଫିଲ୍ମର ଦ୍ୱିତୀୟ ପୋଷ୍ଟର ରିଲିଜ ହେବାପରେ ଏହା କନଫର୍ମ ହୋଇଛି ଯେ ଏଥିରେ ସଞ୍ଜୟ ଦତ୍ତ ଅଧୀରା ଭୂମିକାରେ ଦେଖାଯିବେ। ସଞ୍ଜୟ ଦତ୍ତ ନିଜେ ଏହାକୁ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଫିଲ୍ମରେ ସଞ୍ଜୁଙ୍କ ଲକ୍‌ ସୋସିଆଲ ମିଡିଆରେ ଖବୁ ଭାଇରାଲ ହେବାରେ ଲାଗିଛି।

ଫିଲ୍ମର ଦ୍ୱିତୀୟ ପୋଷ୍ଟର ଅର୍ଥାତ ସଞ୍ଜୟ ଦତ୍ତଙ୍କ ଜନ୍ମଦିନ ଅବସରରେ ରିଲିଜ କରାଯାଇଛି। ଏଥିରେ ସଞ୍ଜୁ ବାବା ସଂପୂର୍ଣ୍ଣ ନୂଆ ଅବତାରରେ ଆସିଛନ୍ତି।  ପୋଷ୍ଟରରେ ସେ ମୁଣ୍ଡରେ ପଗଡ଼ି ବାନ୍ଧିଥିବା ଦେଖାଯାଇଛି। କେଜିଏଫ୍ ୧ କନ୍ନଡ, ତେଲୁଗୁ, ତାମିଲ, ହିନ୍ଦୀ ଭାଷାରେ ରିଲିଜ ହୋଇଥିଲା।

Comment