ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ବାହୁବଳୀ ପରେ ଯଦି କୌଣସି ଫିଲ୍ମର ସିକ୍ୟୁଏଲକୁ ନେଇ ଲୋକମାନେ ବେଶ ଆଗ୍ରହ ଥିବା ଦେଖାଯାଇଛି ତାହା ହେଉଛି ‘କେଜିଏଫ୍’ ଫିଲ୍ମ। ବର୍ତ୍ତମାନର ଏହି ଫିଲ୍ମର ଦ୍ୱିତୀୟ ଭାଗର ପୋଷ୍ଟର ରିଲିଜ୍ ହୋଇଛି।

କେଜିଏଫ୍-୨ର ଏହି ପୋଷ୍ଟରରେ କନ୍ନଡ ଷ୍ଟାର ୟଶଙ୍କୁ ପୁଣିଥରେ ଦମଦାର ଚରିତ୍ରରେ ଦେଖିବାକୁ ମିଳିଛି। ଫିଲ୍ମର ପୋଷ୍ଟରରେ ୟଶ୍ ଏକ ଭିନ୍ନ ଗେଟଅପରେ ନଜର ଆସୁଛନ୍ତି। ସେ ଲୋକମାନଙ୍କ ସହ ଦଉଡ଼ି ଧରି କୌଣସି ଜିନିଷକୁ ଟାଣୁଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରର ତଳେ ‘ରି ବିଲଡିଂ ଆନ୍ ଏମ୍ପାୟାର୍’ ବୋଲି ଲେଖାହୋଇଛି।

ଗତବର୍ଷ ଡିସେମ୍ବର ମାସରେ କେଜିଏଫର ପ୍ରଥମ ପାର୍ଟ ମୁକ୍ତିଲାଭ କରିଥିଲା। ଏଥିରେ କନ୍ନଡ ଷ୍ଟାର ୟଶଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଥିଲା। ମୁଖ୍ୟତଃ ଫିଲ୍ମର ଆକ୍ସନ ଓ ଫାଇଟ୍ ଲୋକମାନଙ୍କୁ ପସନ୍ଦ ଆସିଥିଲା। ଏହାପରେ ଫିଲ୍ମର ଦ୍ୱିତୀୟ ଭାଗକୁ ନେଇ ସମସ୍ତେ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here