ଓଡ଼ିଶାଲାଇଭ୍ ବ୍ୟୁରୋ

‘ଓଡ଼ିଶା ରସଗୋଲା’କୁ ମିଳିଲା ଜିଆଇ ଟ୍ୟାଗ୍‌ ବା ଜୋଗ୍ରାଫିକାଲ୍ ଇଣ୍ଡିକେସନ୍‌ସ ଟ୍ୟାଗ୍‌ ମାନ୍ୟତା। ଭାରତ ସରକାରଙ୍କ ଜିଆଇ ରେଜିଷ୍ଟ୍ରେସନ୍ ପକ୍ଷରୁ ମଳିଲା ମାନ୍ୟତା।

ରସଗୋଲାର ଉତ୍ପତ୍ତିସ୍ଥଳକୁ ନେଇ ୨୦୧୫ରୁ ପଶ୍ଚିମବଙ୍ଗ-ଓଡ଼ିଶା ମଧ୍ୟରେ ଲଢ଼େଇ ଲାଗି ରହିଥିଲା। ବଙ୍ଗଳା ହେଉଛି ରସଗୋଲାର ଉତ୍ପତ୍ତିସ୍ଥଳ ବୋଲି ପଶ୍ଚିମବଙ୍ଗ ସରକାର ଯୁକ୍ତି ବାଢ଼ିଥିଲେ।

ରସଗୋଲାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ବିବାଦ ଦେଖାଦେଇଥିଲା।

୨୦୧୮ରେ ଓଡ଼ିଶା ସ୍ମଲ୍ ସ୍କେଲ୍ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ (ଓଏସଆଇସି) ପକ୍ଷରୁ ଭାରତର ଜିଆଇ ରେଜିଷ୍ଟ୍ରି ନିକଟରେ ଓଡ଼ିଶା ରସଗୋଲା ପାଇଁ ଜିଆଇ ଟ୍ୟାଗ୍ ଆବେଦନ (ଆବେଦନ ନମ୍ବର ୬୧୨, କ୍ଲାସ୍ ୨୯ -୩୦) କରାଯାଇଥିଲା। ଓଡ଼ିଶାର ରସଗୋଲାର ସ୍ୱତନ୍ତ୍ର ପ୍ରସ୍ତୁତି ପ୍ରଣାଳୀ ଏହି ଜିଆଇ ଆବେଦନରେ ଲିପିବଦ୍ଧ ହୋଇଥିଲା।

କୌଣସି ଜିନିଷକୁ ଜିଆଇ ଟ୍ୟାଗ୍‌ ମିଳିଲେ ତାହା ତା’ର ବ୍ରାଣ୍ଡ୍ ଭାଲ୍ୟୁ ତଥା କମର୍ସିଆଲ୍ ବା ବ୍ୟବସାୟିକ ମୂଲ୍ୟକୁ ବଢ଼ାଇ ଦେଇଥାଏ।

Comment